କନକ ବ୍ୟୁରୋ : ଡିସେମ୍ବର ମାସରେ ହେବ ଗୁଜରାଟ ବିଧାନସଭା ନିର୍ବାଚନ । ୨୭ବର୍ଷ ଧରି ବିଜେପି ହାତରେ ରହିଛି ଶାସନ ଡୋରି ଆଉ ଏଥରକ ମଧ୍ୟ ଏହି କ୍ଷମତାକୁ ଧରି ରଖିବା ପାଇଁ କଳେବଳେ କୌଶଳେ ଚେଷ୍ଟା କରୁଛି ଶାସକ ଦଳ । ନିର୍ବାଚନ ପୂର୍ବରୁ ଦଳ ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି । ଗାନ୍ଧୀନଗରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ ପଟେଲ, ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ସଂକଳ୍ପପତ୍ର ଜାରି କରିଛନ୍ତି ।
ଦଳ କହିଛି ସବୁବର୍ଗକୁ ଦୃଷ୍ଟିରେ ରଖି ଦଳ ଏହି ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରାଯାଇଛି । ଦଳ ପାଇଁ ଜନତା ସର୍ବୋପରି ।

Advertisment

ଗୁଜରାଟ ପାଇଁ ବିଜେପିର ପ୍ରତିଶ୍ରୁତି
• ପିଏମ ଆରୋଗ୍ୟ ଯୋଜନାକୁ ୫ଲକ୍ଷରୁ ୧୦ଲକ୍ଷକୁ ବୃଦ୍ଧି କରାଯାଇଛି
• ଜଳସେଚନ ଯୋଜନାରେ ୨୫ହଜାର କୋଟି ଟଙ୍କା ନିବେଶ କରାଯିବ
• ୨୫ଟି ବିର୍ସାମୁଣ୍ଡା ଆବାସିକ ସ୍କୁଲ ଖୋଲାଯିବ
• ୫ବର୍ଷ ଭିତରେ ୨୦ଲକ୍ଷ ଚାକିରି ମିଳିବ
• ୨ଟି ବିଶାଳ ଫୁଡ ପାର୍କ ପ୍ରତିଷ୍ଠା ହେବ
• ୫ବର୍ଷ ଭିତରେ ୧ଲକ୍ଷ ମହିଳାଙ୍କୁ ରୋଜଗାରକ୍ଷମ କରାଯିବ
• ୟୁନିଫର୍ମ ସିଭିଲ କୋର୍ଡ କମିଟିର ସୁପାରିଶ ଲାଗୁ କରାଯିବ
• ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶ୍ରମିକଙ୍କୁ ମିଳିବ କ୍ରେଡିଟ କାର୍ଡ
• ଛାତ୍ରୀଙ୍କୁ ମାଗଣାରେ ଇଲେକ୍ଟ୍ରିକ ସ୍କୁଟି ଦିଆଯିବ

୧୮୨ ଆସନ ପାଇଁ ଡିସେମ୍ବର ୧ ଓ ୫ ଦୁଇଟି ପର୍ଯ୍ୟାୟରେ ଗୁଜରାଟ ପାଇଁ ପଡିବ ଭୋଟ । ୮ ତାରିଖରେ ଉଭୟ ହିମାଚଳ ଓ ଗୁଜରାଟ ନିର୍ବାଚନର ଫଳାଫଳ ଏକାଠି ପ୍ରକାଶ ପାଇବ ।