ଛତିଶଗଡରେ ବିଜେପି ଜାରିକଲା ସଂକଳ୍ପ ପତ୍ର । ଅମିତ ଶାହା କହିଲେ, ବିଜେପିର ଘୋଷଣା ପତ୍ରକୁ ସଂକଳ୍ପପତ୍ର ଭାବେ ଗ୍ରହଣ କରିବେ ଜନତା
କନକ ବ୍ୟୁରୋ : ଛତିଶଗଡ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟର ରାଜନୈତିକ ମାହୋଲ ସରଗରମ ରହିଛି । ଛତିଶଗଡରେ ମୁଖ୍ୟ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଲୋଭନୀୟ ପ୍ରଚାର କରିବାରେ ଲାଗିଛନ୍ତି । ଏହି କ୍ରମରେ ବିଜେପି ତରଫରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଆଜି ଛତିଶଗଡରେ ବିଜେପି ତରଫରୁ ସଂକଳ୍ପ ପତ୍ର ଜାରି କରିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଏହି କ୍ରମରେ ଅମିତ ଶାହା କହିଛନ୍ତି କି ବିଜେପି ଜାତିଗତ ଜନଗଣନାକୁ ବିରୋଧ କରୁନାହିଁ । ଏନେଇ ସମସ୍ତଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ଏହାସହ ରମଣ ସିଂ ସରକାର ସମୟରେ ରାଜ୍ୟକୁ ନକ୍ସଲବାଦ ମୁକ୍ତ କରାଯାଇଥିବା କଥା କହିଛନ୍ତି ଶାହା । ଏହାସହ ରମଣ ସିଂ ସରକାର ସମୟରେ ରାଜ୍ୟବାସୀଙ୍କୁ ମନରେଗା ଯୋଜନାରେ ବାର୍ଷିକ ୧୫୦ ଦିନର କାମ ଯୋଗାଇ ଦିଆଯାଇଛି । ପଞ୍ଚାୟତଗୁଡିକରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯାଇଛି । ଛାତ୍ରମାନଙ୍କୁ ମାଗଣାରେ ଲାପଟପ୍ ଦିଆଯିବା ସହ ରାଜ୍ୟକୁ ବଳକା ବିଜୁଳି ରାଜ୍ୟରେ ପରିଣତ କରାଯାଇଛି ବୋଲି ସେ କହିଛନ୍ତି ।
#WATCH | Raipur, Chhattisgarh: On caste-based census, Union Home Minister Amit Shah says, “…We don’t do politics of vote. We will take an appropriate decision after having discussions…BJP never opposed it but decisions have to be taken after proper thought.” pic.twitter.com/0oK7GqB7FB
— ANI (@ANI) November 3, 2023
ନିର୍ବାଚନ ଇସ୍ତାହାର ବି ସଂକଳ୍ପ ପତ୍ରରେ ବିଜେପି ଛତିଶଗଡବାସୀଙ୍କ ପାଇଁ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେଇଛି ।
- ରାଜ୍ୟର ଚାଷୀମାନଙ୍କ ଠାରୁ କୃଷି ଉନ୍ନୟନ ଯୋଜନା ମାଧ୍ୟମରେ କୁଇଣ୍ଟାଲ ୩୧୦୦ ଟଙ୍କା ଦାମରେ ଏକର ପ୍ରତି ୨୧ କୁଇଣ୍ଟାଲ ଧାନ କିଣିବେ ସରକାର
କୃଷକମାନଙ୍କୁ ଏକକାଳୀନ ଟଙ୍କା ପ୍ରଦାନ କରାଯିବ - ବିବାହିତ ମହିଳାଙ୍କୁ ବାର୍ଷିକ ୧୨ ହଜାର ଟଙ୍କା ପ୍ରଦାନ କରାଯିବ
- ୨ବର୍ଷ ମଧ୍ୟରେ ଖାଲିପଡିଥିବା ୧ ଲକ୍ଷ ପଦରେ ନିଯୁକ୍ତି ମିଳିବ
- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ ଲକ୍ଷ ଘର ଓ ପ୍ରତିଘରକୁ ପାନୀୟ ଜଳ ଯୋଗାଇ ଦିଆଯିବ
- କେନ୍ଦୁପତ୍ର ସଂଗ୍ରହ ପାଇଁ ମାସିକ ୫୫୦୦ ଟଙ୍କା ଏବଂ ଚରଣ ପାଦୁକା ଯୋଜନା ପୁଣି ଲାଗୁ କରାଯିବ
- କୃଷିକ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ମିଳିବ, ଏହାସହ ଆୟୁଷ୍ମାନ ଭାରତ ଯୋଜନାର ସ୍ୱାସ୍ଥ୍ୟବୀମା ରାଶିକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବ
- ଯୁବବର୍ଗଙ୍କୁ ନୂଆ ଉଦ୍ୟୋଗ କ୍ଷେତ୍ରରେ ୫୦ ପ୍ରତିଶତ ରିହାତି ମିଳିବ
- ରାଣୀ ଦୁର୍ଗାବତୀ ଯୋଜନାରେ ବିପିଏଲ ପରିବାରର ବାଳିକାଙ୍କୁ ୧.୫ ଲକ୍ଷ ଟଙ୍କା ପ୍ରଦାନ
- ୫୦୦ ଟଙ୍କାରେ ରୋଷେଇ ଗ୍ୟାସ ସିଲିଣ୍ଡର