କନକ ବ୍ୟୁରୋ : ଛତିଶଗଡ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟର ରାଜନୈତିକ ମାହୋଲ ସରଗରମ ରହିଛି । ଛତିଶଗଡରେ ମୁଖ୍ୟ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଲୋଭନୀୟ ପ୍ରଚାର କରିବାରେ ଲାଗିଛନ୍ତି । ଏହି କ୍ରମରେ ବିଜେପି ତରଫରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଆଜି ଛତିଶଗଡରେ ବିଜେପି ତରଫରୁ ସଂକଳ୍ପ ପତ୍ର ଜାରି କରିଛନ୍ତି ।

Advertisment

ଏହି କ୍ରମରେ ଅମିତ ଶାହା କହିଛନ୍ତି କି ବିଜେପି ଜାତିଗତ ଜନଗଣନାକୁ ବିରୋଧ କରୁନାହିଁ । ଏନେଇ ସମସ୍ତଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ଏହାସହ ରମଣ ସିଂ ସରକାର ସମୟରେ ରାଜ୍ୟକୁ ନକ୍ସଲବାଦ ମୁକ୍ତ କରାଯାଇଥିବା କଥା କହିଛନ୍ତି ଶାହା । ଏହାସହ ରମଣ ସିଂ ସରକାର ସମୟରେ ରାଜ୍ୟବାସୀଙ୍କୁ ମନରେଗା ଯୋଜନାରେ ବାର୍ଷିକ ୧୫୦ ଦିନର କାମ ଯୋଗାଇ ଦିଆଯାଇଛି । ପଞ୍ଚାୟତଗୁଡିକରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯାଇଛି । ଛାତ୍ରମାନଙ୍କୁ ମାଗଣାରେ ଲାପଟପ୍ ଦିଆଯିବା ସହ ରାଜ୍ୟକୁ ବଳକା ବିଜୁଳି ରାଜ୍ୟରେ ପରିଣତ କରାଯାଇଛି ବୋଲି ସେ କହିଛନ୍ତି ।

ନିର୍ବାଚନ ଇସ୍ତାହାର ବି ସଂକଳ୍ପ ପତ୍ରରେ ବିଜେପି ଛତିଶଗଡବାସୀଙ୍କ ପାଇଁ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେଇଛି ।

  • ରାଜ୍ୟର ଚାଷୀମାନଙ୍କ ଠାରୁ କୃଷି ଉନ୍ନୟନ ଯୋଜନା ମାଧ୍ୟମରେ କୁଇଣ୍ଟାଲ ୩୧୦୦ ଟଙ୍କା ଦାମରେ ଏକର ପ୍ରତି ୨୧ କୁଇଣ୍ଟାଲ ଧାନ କିଣିବେ ସରକାର
    କୃଷକମାନଙ୍କୁ ଏକକାଳୀନ ଟଙ୍କା ପ୍ରଦାନ କରାଯିବ
  • ବିବାହିତ ମହିଳାଙ୍କୁ ବାର୍ଷିକ ୧୨ ହଜାର ଟଙ୍କା ପ୍ରଦାନ କରାଯିବ
  • ୨ବର୍ଷ ମଧ୍ୟରେ ଖାଲିପଡିଥିବା ୧ ଲକ୍ଷ ପଦରେ ନିଯୁକ୍ତି ମିଳିବ
  • ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ ଲକ୍ଷ ଘର ଓ ପ୍ରତିଘରକୁ ପାନୀୟ ଜଳ ଯୋଗାଇ ଦିଆଯିବ
  • କେନ୍ଦୁପତ୍ର ସଂଗ୍ରହ ପାଇଁ ମାସିକ ୫୫୦୦ ଟଙ୍କା ଏବଂ ଚରଣ ପାଦୁକା ଯୋଜନା ପୁଣି ଲାଗୁ କରାଯିବ
  • କୃଷିକ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ମିଳିବ, ଏହାସହ ଆୟୁଷ୍ମାନ ଭାରତ ଯୋଜନାର ସ୍ୱାସ୍ଥ୍ୟବୀମା ରାଶିକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବ
  • ଯୁବବର୍ଗଙ୍କୁ ନୂଆ ଉଦ୍ୟୋଗ କ୍ଷେତ୍ରରେ ୫୦ ପ୍ରତିଶତ ରିହାତି ମିଳିବ
  • ରାଣୀ ଦୁର୍ଗାବତୀ ଯୋଜନାରେ ବିପିଏଲ ପରିବାରର ବାଳିକାଙ୍କୁ ୧.୫ ଲକ୍ଷ ଟଙ୍କା ପ୍ରଦାନ
  • ୫୦୦ ଟଙ୍କାରେ ରୋଷେଇ ଗ୍ୟାସ ସିଲିଣ୍ଡର