କନକ ବ୍ୟୁରୋ: ଦିଲ୍ଲୀ ତିହାର ଜେଲରେ ବନ୍ଦୀ ଥିବା ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓକୁ ସେୟାର କରିବା ସହ ତାଙ୍କ ସେବାରେ ୧୦ ଜଣ କର୍ମଚାରୀ ନିୟୋଜିତ ହୋଇଥିବା ଅଭିଯୋଗ କରିଛି ବିଜେପି ।

Advertisment

ବିଜେପି ନେତା ହରୀଶ ଖୁରାନା ଭିଡିଓ ସେୟାର କରି ଲେଖିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲଙ୍କ ଗେହ୍ଲା ସାହାବଙ୍କ ତାଠ୍ ଦେଖ! ଜେଲରେ ୧୦ କର୍ମଚାରୀ ତାଙ୍କ ସେବା କରୁଛନ୍ତି, ଆପଣ ବି ଦେଖନ୍ତୁ’ । ତିହାର ଜେଲରୁ ମିଳିଥିବା ସୂଚନା ମୁତାବକ, ସତ୍ୟେନ୍ଦ୍ର ଜୈନଙ୍କ କୋଠରୀ ଭିତରେ ତାଙ୍କ ପାଇଁ ସବୁ ସୁବିଧା କରାଯାଇଛି । ତାଙ୍କ ସେବାରେ ୧୦ଜଣ କର୍ମଚାରୀ ଲାଗିଛନ୍ତି । ଏମାନଙ୍କ ମଧ୍ୟରୁ ୮ଜଣ ବ୍ୟକ୍ତିଗତ ଭାବେ ତାଙ୍କର ଧ୍ୟାନ ରଖୁଛନ୍ତି । କୋଠରୀକୁ ସଫା କରିବା, ଯେ ସଜାଡିବା, ମନପସନ୍ଦର ଖାଦ୍ୟ ଦେବା, ମିନେରାଲ ପାଣି ଯୋଗାଇବା ପରି କାମ କରୁଛନ୍ତି ଏହି ୧୦ଜଣ କର୍ମଚାରୀ । ଏହାକୁ ନେଇ ଆପକୁ ଟାର୍ଗେଟ କରିଛି ବିଜେପି ।