ରାଜ୍ୟସଭାରେ ଭାରତୀୟ ଜନତା ପାର୍ଟିର ରେକର୍ଡ । ୧୧ ନୂଆ ସାଂସଦ ନିର୍ବାଚିତ ସହ ୯୨ରେ ପହଁଞ୍ଚିଲା ବିଜେପିର ମୋଟ୍ ସଦସ୍ୟଙ୍କ ସଂଖ୍ୟା । ୩୮ରେ ସୀମିତ କଂଗ୍ରେସ

900

କନକ ବ୍ୟୁରୋ: ରାଜ୍ୟସଭାରେ ଭାରତୀୟ ଜନତା ପାର୍ଟିର ରେକର୍ଡ । ସୋମବାର ସଂସଦର ଉପର ସଦନକୁ ୧୧ ଜଣ ବିଜେପି ପ୍ରାର୍ଥୀ ନିର୍ବାଚିତ ହେବା ପରେ ଦଳୀୟ ସଦସ୍ୟଙ୍କ ସଂଖ୍ୟା ୯୨ରେ ପହଁଚିଛି । ଏଥିସହ ବିଜେପିର ଅନ୍ୟ ସହଯୋଗୀ ଦଳଙ୍କର ୧୮ ଜଣ ସଦସ୍ୟ ରହିଛନ୍ତି । ଅର୍ଥାତ ରାଜ୍ୟସଭାରେ ବର୍ତମାନ ଏନଡିଏର ସଦସ୍ୟ ସଂଖ୍ୟା ୧୧୦ରେ ପହଁଚିଛି । ଅନ୍ୟପଟେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ସଦସ୍ୟ ସଂଖ୍ୟା ମାତ୍ର ୩୮ରେ ସୀମିତ ରହିଛି ।

ତୃଣମୂଳ କଂଗ୍ରେସର ୧୩, ଏଡିଏମକେର ୯, ଏଆଇଏଡିଏମକେର ୯, ବିଜେଡିର ୯, ଟିଆରଏସର ୭ , ୱାଇଏସଆରର ୬ ଜଣ ସଦସ୍ୟ ରହିଛନ୍ତି । ତେବେ ବିଜେଡି , ଏଆଇଏଡିଏମକେ, ଟିଆରଏସ ଓ ୱାଇଏସଆର ବିଭିନ୍ନ ବିଲ୍ ପାସ ସମୟରେ ବିଜେପିକୁ ସମର୍ଥନ କରି ଆସିଛନ୍ତି । ତେଣୁ ବିଜେପି ପାଇଁ ଆଗାମି ଦିନରେ ରାଜ୍ୟସଭାରେ ବିଲ୍ ପାସ କରାଇ ନେବା ଆହୁରି ସହଜ ହୋଇପାରେ ।