କନକ ବ୍ୟୁରୋ : ଯାଜପୁର ହରିଦାସପୁର ପିଇଓ ସ୍ମୀତାରାଣୀ ବିଶ୍ୱାଳ ହତ୍ୟା ଘଟଣା । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ଘଟଣାରେ ମୃତ ପିଇଓ ସ୍ମୀତାରାଣୀଙ୍କ ପରିବାରକୁ ନ୍ୟାୟ ଦେବାକୁ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଘଟଣାରେ ତୁରନ୍ତ ତଦନ୍ତ କରି ନ୍ୟାୟ ନଦେଲେ ଆଗକୁ ବିଧାନସଭା ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ।
ଘଟଣାରେ ସଂପୃକ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ବିଜେପି । ଏସପି ଘଟଣାକୁ ନେଇ ମିଛ କହିଥିବା ନେଇ ବିଜେପି ଅଭିଯୋଗ କରିଛି । ବେଆଇନ ରଙ୍ଗଶାଳା ତିଆରି ପଛରେ କାହାର ରହିଛି ହାତ, ସେ ସବୁର ଖୋଳତାଡ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି । ବର୍ତମାନ ସୁଦ୍ଧା ଏହି ଘଟଣାରେ କେବଳ ରୂପେଶ ଭଦ୍ର ବନ୍ଧା ହୋଇଥିବାରୁ ତାର ବାକି ସହଯୋଗୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ରାଜ୍ୟ ବିଜେପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/BJP.jpg)