କନକ ବ୍ୟୁରୋ : ବଗଲା ଧର୍ମଶାଳା ବିକ୍ରିକୁ ବିରୋଧ କରି ପୁରୀ ସହର ବିଜେପି ପକ୍ଷରୁ ୨୭ ଦିନ ଧାରଣାରେ ବସିବା ପରେ ଆଜି ଏକ ଶୋଭାଯାତ୍ରାରେ ମ୍ରୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେବାକୁ ଆସୁଛନ୍ତି । ଏନେଇ ସିଂହଦ୍ୱାରଠାରୁ ପଦଯାତ୍ରା ଆରମ୍ଭ କରି ନବୀନ ନିବାସ ଯାଏଁ ଯିବ ବୋଲି ନିଷ୍ପତି ହୋଇଛି ।
ଏହାସହ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଲାଗି ପୁରୁଣା ଜେଲ୍ ଜମିକୁ ଡାକ୍ତରଖାନା ସହ ମିଶାଇବାକୁ ପାଇଁ ମଧ୍ୟ ଦାବିପତ୍ର ଦେବ ବିଜେପି । ଏହି ଶୋଭାଯାତ୍ରାରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/26-13.jpg)