କନକ ବ୍ୟୁରୋ: ପୁରୀ ଲୋକସଭା ପାଇଁ ଟିକେଟ୍ ପାଇବା ପରଠାରୁ ସୋସିଆଲ ମିଡିଆ ନାମକ ଭୁତ ଯେମିତି ସମ୍ବିତ ପାତ୍ରଙ୍କ ପିଛା ଛାଡୁନି କହିଲେ ଅତ୍ୟୁକ୍ତି ହେବନି । କାରଣ ସମ୍ବିତ କେତେବେଳେ ଜଗନ୍ନାଥଙ୍କୁ ହାତରେ ଧରି ନିର୍ବାଚନୀ ପ୍ରଚାର ତ ଆଉ କେତେବେଳେ ପୁରୀରେ କେବଳ ‘ଶଙ୍ଖ’ ଫୁଟୁ ବୋଲି ଦେଇଥିବା ବୟାନ ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଥିବାବେଳେ ପୁଣି ଏକ ଚର୍ଚ୍ଚା ସୋସିଆଲ ମିଡ଼ିଆରେ ମୁଣ୍ଡ ଟେକିଛି । ଯାହାକୁ ନେଇ ସମ୍ବିତଙ୍କୁ ସୋସିଆଲ ମିଡ଼ିଆରେ ସମାଲୋଚନା ହେବାକୁ ପଡ଼ିଛି ।
ଘଟଣା ଟି ଏପରିକି, ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ଭାବେ ସମ୍ବିତ ପାତ୍ର ସ୍ଥାନୀୟ କ୍ଷେତ୍ରରେ ଭୋଟ ହାତେଇବା ପାଇଁ ଲୋକଙ୍କ ନିକଟତର ହେଉଥିବାବେଳେ ମହିଳା ଭୋଟରଙ୍କୁ ମଧ୍ୟ ନିଜ ସପକ୍ଷରେ ଆଣିବାକୁ ଉଦ୍ୟମ କରୁଛନ୍ତି । ହେଲେ ଏହାରି ମଧ୍ୟରେ ଆଜି ସମ୍ବିତ ପିପିଲି ବିଧାନସଭା କ୍ଷେତ୍ରକୁ ପରିଦର୍ଶନ କରି ଜଣେ ମହିଳାଙ୍କ ଘରେ ଖାଦ୍ୟ ଖାଇ ମହିଳା କାର୍ଡ଼ ଖେଳିବାକୁ ଗୋଟି ଚଳାଉଥିବାବେଳେ ସମ୍ବିତଙ୍କ ଏହି ଟ୍ୱିଟର ଭିଡ଼ିଓ ମୋଦି ସରକାରଙ୍କ ବିଫଳତାକୁ ବୟାନ କରୁଥିବା ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଧରିଛି । କାରଣ ଉକ୍ତ ଭିଡ଼ିଓରେ ସମ୍ବିତ ଯେଉଁ ମହିଳାଙ୍କ ଘରେ ଖାଦ୍ୟ ଖାଉଛନ୍ତି ସେହି ମହିଳା ଜଣକ ମାଟି ଚୁଲିରେ ରୋଷେଇ କରି ସମ୍ବିତଙ୍କୁ ଖାଦ୍ୟ ପରସୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ସମ୍ବିତଙ୍କୁ ସମାଲୋଚନା କରାଯାଇଛି । କାରଣ ମହିଳାଙ୍କ ପାଇଁ ମୋଦି ସରକାରଙ୍କ ସବୁଠାରୁ ବଡ଼ ଯୋଜନା ଉଜ୍ଜ୍ୱଳା ସତେ ଯେମିତି ଏହି ମହିଳା ଜଣକ ଘର ବାଟ ଭୁଲି ଯାଇଛି ବୋଲି ସୋସିଆଲ ମିଡ଼ିଆରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଏହା ମୋର ନିଜ ଘର, ମାଁ ମୋତେ ନିଜ ହାତରନ୍ଧା ଖୁଆଇଲେ । ମୁଁ ମଧ୍ୟ ମୋ ନିଜ ହାତରେ ତାଙ୍କୁ ଖୁଆଇଲି ଏବଂ ମୁଁ ଜାଣେ ମାନବ ସେବା ହିଁ ଈଶ୍ୱରଙ୍କ ସବୁଠୁ ବଡ଼ ପୂଜା ଅଟେ l <2/2>@BJP4Odisha#PhirEkBaarModiSarkarpic.twitter.com/PiZLZKSZmL
— Chowkidar Sambit Patra (@sambitswaraj) March 31, 2019
ସମ୍ବିତ ପାତ୍ରଙ୍କ ଏହି ଭିଡ଼ିଓକୁ ନେଇ ତପନ ଦାସ ନାମକ ଜଣେ ଫେସବୁକ ୟୁଜର କଟାକ୍ଷ କରି ଲେଖିଛନ୍ତି ଯେ, ଉଜ୍ଜ୍ୱଳା ଏକ ସଫଳ ଯୋଜନା, ଏ ଚିତ୍ର ହିଁ ବୟାନ କରୁଛି । ସେହିଭଳି ରମାକାନ୍ତ ମଙ୍ଗରାଜ ନାମକ ଫେସବୁକ ୟୁଜର ନିଜର କ୍ଷୋଭ ପ୍ରକାଶ କରିଛନ୍ତି ।
ଅଭିଳାଶ ପତି ନାମକ ଜଣେ ଫେସବୁକ ୟୁଜୟର ସମ୍ବିତଙ୍କ ଏହି ଭିଡ଼ିଓକୁ ନେଇ ମୋଦି ସରକାରଙ୍କ ବଡ଼ ଯୋଜନା ଉଜ୍ଜ୍ୱଳାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏବଂ କହିଛନ୍ତି, ଉଜ୍ଜ୍ୱଳା ଯୋଜନା କୁଆଡ଼େ ଗଲା ବୋଲି ସମାଲୋଚନା କରିଛନ୍ତି ଅଭିଳାଶ ।
ସେପଟେ ସମ୍ବିତ ପାତ୍ରଙ୍କ ଏହି ଟ୍ୱିଟର ଭିଡ଼ିଓର ନିଆଁ ଜାତୀୟସ୍ତରରେ ମଧ୍ୟ ଦେଖିବାକୁ ମିଳିଛି । ଏହାକୁ ନେଇ ମୋଦିଙ୍କ ଉଜ୍ଜ୍ୱଳା ଯୋଜନାର କେତେଦୂର ସଫଳ ହୋଇଛି ତାହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।
भाई उज्ज्वला योजना वाला गैस सिलेंडर नही मिला क्या इन माता को??
ढोंग कबतक तुम रचाओगे?
झूंठे आंकड़े कबतक दिखाओगे?हर झूठ, हर फरेब खुद निकलकर आएगा।
सच्चाई को तुम कबतक छुपाओगे??#EkHiChowkidarChorHai#BJP_भगाओ_देश_बचाओ#ChowkidarChorHai— Ravindra Vishwakarma (@ravindrav7) March 31, 2019
उज्वला योजना पर मोदी जी का सफेद झूठ आप सबके सामने है,राजनीत चमकाने के लिये एक बूढ़ी माँ को लकड़ी के चूल्हे पर खाना बनवा दिया
कहा है उज्वला वाला गैस सिलेंडर
इस योजना के तहत सिर्फ और सिर्फ आंकड़ो की बाजीगरी और घोटाले हुए हैं।— Amethi Congress (@amethicongress) March 31, 2019