କନକ ବ୍ୟୁରୋ: ଅର୍ପଣ ରଥରେ ଉଷୁନା ଚାଉଳ ବାହାରିବା ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି । ମାଷ୍ଟର କ୍ୟାଂଟିନ ଛକରେ ବିରୋଧ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କଲେ ବିଜେପି ଯୁବ ମୋର୍ଚ୍ଚା କର୍ମୀ । ଅର୍ପଣ ରଥ ମାଧ୍ୟମରେ ସଂଗ୍ରହ ହୋଇଥିବା ଅପମିଶ୍ରିତ ଚାଉଳରେ ମହାପ୍ରସାଦ ପ୍ରସ୍ତୁତି ପଛରେ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।
ଅର୍ପଣରଥ ବୁଲାଇ ବିଭିନ୍ନ ପଞ୍ଚାୟତରୁ ଚାଉଳ, ଗୁଆ , ଦକ୍ଷିଣା ଟଙ୍କା ସଂଗ୍ରହ ହେଲା । ଏସବୁ କୁଆଡେ ଗଲା ବୋଲି ଯେତେବେଳେ ବିଜେଡି ଉପରକୁ ଆଙ୍ଗୁଠି ଉଠିଲା , ଅଭିଯୋଗକୁ ଏଡାଇବାକୁ ସଂଗୃହୀତ ଚାଉଳରୁ କିଛି ଚାଉଳ ଆଣି ଶ୍ରୀମନ୍ଦିରରେ ଡିପୋଜିଟ୍ କରିଦେଲେ । ସବୁଠୁ ଦୁର୍ଭାଗ୍ୟର କଥା ହେଉଛି ଏହି ଉଷୁନା ମିଶ୍ରଣ ଚାଉଳରେ ମହାପ୍ରଭୁଙ୍କ ଅଭଡା ପ୍ରସ୍ତୁତ କରାହେଲା ବୋଲି ଅଭିଯୋଗ ଆଣି କୈଫିୟତ ମାଗିଛି ବିଜେପି ଯୁବ ମୋର୍ଚ୍ଚା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/02/arpana-rath.jpg)