କନକ ବ୍ୟୁରୋ: ମାଶାରୀ, ଧୂଆଁ ଲଗାଇ ପ୍ରତିବାଦ କଲା ବିଜେପି । ରାଜଧାନୀରେ ମଶା ଉପଦ୍ରବକୁ ନେଇ ଆଜି ବିଏମସି ଅଫିସ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଛି ବିଜେପି । ବିଜେପି ଶତାଧିକ କର୍ମୀ ଅଭିନବ ଉପାୟରେ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ସହର ପରିକ୍ରମା କରିବା ସହ ବିଏମସି ଅଫିସ ଘେରାଉ କରିଛି ।
ହକି ବିଶ୍ୱକପ ପାଇଁ ଭୁବନେଶ୍ୱରର କୋଠା, ରାସ୍ତା, ପାଚେରୀରେ ରଙ୍ଗ ଲଗାଯାଉଥିବା ବେଳେ ଲୋକେ ମଶାରେ ଅତିଷ୍ଠ ହୋଇଯାଇଥିବା ବିଜେପି ଅଭିଯୋଗ କରିଛି । ମଶା ଧୂଆଁ ଛଡାଯାଉନଥିବା ବେଳେ ମଶା ତେଲ ମଧ୍ୟ ପକାଯାଉନାହିଁ । ଫଳରେ ଭୁବନେଶ୍ୱରର ମଶାଙ୍କ ସଂଖ୍ୟା ବଢିବାରେ ଲାଗିଥିବା ଅଭିଯୋଗ କରିଛି ବିଜେପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/6-14.jpg)