କନକ ବ୍ୟୁରୋ : ଲିଙ୍ଗରାଜଙ୍କ ଜିମ ହଡ଼ପକୁ ନେଇ ବଢୁଛି ଅସନ୍ତୋଷ । ଜମି ହଡ଼ପ ବିରୋଧରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଦଳ ପକ୍ଷରୁ ଲିଙ୍ଗରାଜଙ୍କ ଜମି ବିକ୍ରିକୁ ଜୋରଦାର ବିରୋଧ କରାଯାଇଛି । ଜମିରେ ଲିଙ୍ଗରାଜଙ୍କ ଫଟୋ ଲଗଗାଇବା ସହ ମନ୍ଦିର ବାନା ପୋତିଛନ୍ତି ବିଜେପି କର୍ମଚାରୀ ।

Advertisment

ଏହା ସହ ନିର୍ମାଣ କାର୍ଯ୍ୟ ପାଇଁ ଖୋଳା ଯାଇଥିବା ଗାତ ଗୁଡ଼ିକୁ ପୋତିଦେଇଛନ୍ତି ବିଜେପି କର୍ମୀ । ଏହି ଅବସରରେ ଏକାମ୍ର ବିଧାୟକ ଅଶୋକ ପଣ୍ଡାଙ୍କ କୁଶପୁତଳିକା ଦାହ କରିଛି ବିଜେପି । ରାଜ୍ୟ ସରକାରଙ୍କ ଗୋଚରରେ ଲିଙ୍ଗରାଜଙ୍କ ଜମିକୁ ବିକ୍ରି କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି । ଲିଙ୍ଗରାଜଙ୍କ ଜମିରୁ ଇଞ୍ଚେ ହେଲେ ଜମି କାହାକୁ ଦିଆଯିବ ନାହିଁ ବୋଲି କହିଛି ବିଜେପି ।

ଲିଙ୍ଗରାଜ ଜମି ବିକ୍ରି ପ୍ରସଙ୍ଗରେ ବିଜେପି ପକ୍ଷରୁ କରାଯାଉଥିବା ପ୍ରତିବାଦକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ତହସିଲଦାର ଏବଂ ଅନ୍ୟ ରାଜସ୍ୱ ବିଭାଗର ଅଥରିଟି ଏହାକୁ ବନ୍ଦ କରିଛନ୍ତି । ସରକାର ନଚାହୁଁଥିଲେ କାମ ବନ୍ଦ ହୋଇପାରିନଥାନ୍ତା । ମ୍ୟୁନିସିପାଲିଟ ନିର୍ବାଚନକୁ ଦେଖି ବିଜେପି ଏପରି କରୁଥିବା କହିଛନ୍ତି ବିଜେଡି ବିଧାୟକ ଦେବି ମିଶ୍ର ।