ବିଜେପି ପକ୍ଷରୁ ମହାଦୁର୍ନୀତି ପ୍ରତିବାଦ ବେଳେ ପୁଲିସ ସହ ଧସ୍ତାଧସ୍ତି । ଥାନାଧିକାରୀ ଆହତ ।

Advertisment
ବିଜେପି ପକ୍ଷରୁ  ମହାଦୁର୍ନୀତି ପ୍ରତିବାଦ ବେଳେ ପୁଲିସ ସହ ଧସ୍ତାଧସ୍ତି । ଥାନାଧିକାରୀ ଆହତ ।

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବିରୋଧରେ ଜଳେଶ୍ୱର ବିଜେପି ପକ୍ଷରୁ ବ୍ଲକ ଘେରାଉ କରାଯାଇଛି । ବାଲେଶ୍ୱର ଜିଲ୍ଲା ବସ୍ତା ବିଜେପି ପକ୍ଷରୁ ଶାସକ ଦଳର ମନମୁଖୀ ଶାସନକୁ ବିରୋଧ କରି ବସ୍ତା ବ୍ଲକ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି । ସାଂସଦ ପ୍ରତାପ ଷଡଙ୍ଗୀଙ୍କ ନେତୃତ୍ୱରେ ବ୍ଲକ ଘେରାଉ କରିଛନ୍ତି ବିଜେପି ନେତା ଓ କର୍ମୀ । ଶୋଭାଯାତ୍ରା ଯାଇ ବ୍ଲକ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ନେତା ।

ରାଜ୍ୟ ସରକାରଙ୍କ ମନମୁଖି ଶାସନ ଓ ସରକାରୀ କର୍ମଚାରୀଙ୍କ ଶାସକ ଦଳ ପ୍ରୀତିକୁ ବିରୋଧ କରି ସାରା ଓଡିଶାରେ ସମସ୍ତ ବ୍ଲକ ସମ୍ମୁଖରେ ଭ୍ରଷ୍ଟାଚାର ହଟାଓ ସମାବେଶ କରୁଛି ରାଜ୍ୟ ବିଜେପି ।ତେବେ ପ୍ରତିବାଦ ବେଳେ ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟକୁ ଧସେଇ ପଶିବା ସହ ଭଙ୍ଗାରୁଜା କରିଥିଲେ ବିଜେପି କର୍ମୀ । ଏହି ସମୟରେ ପୁଲିସ ଧସ୍ତାଧସ୍ତି ପରିସ୍ଥିତି ହୋଇଥଲା । ଫଳରେ ଥାନାଧିକାରୀ ଆହତ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe