କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ସାଂସଦ ତଥା ମଦ ବ୍ୟବସାୟୀ ଧିରଜ ସାହୁଙ୍କ ବିଭିନ୍ନ ଠିକଣା ଉପରେ ଆୟକର ବିଭାଗ ଛଢାଉରେ ବର୍ତମାନ ସୁଦ୍ଧା ପାଖାପାଖି ୩୦୦ କୋଟି ନଗଦ ଟଙ୍କା ଜବତ ହୋଇ ସାରିଲାଣି । ଏତେ ମାତ୍ରାରେ କଳାଧନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଶହ ଶହ କୋଟି ଟଙ୍କାରେ ରାଜନେତାଙ୍କ ସମ୍ପୃକ୍ତି ଅଭିଯୋଗ ପରେ ଏହାକୁ ନେଇ ଆରମ୍ଭ ହୋଇ ଯାଇଛି ରାଜନୀତି । ବିଭିନ୍ନ ସ୍ଥାନରେ ବିଜପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଦିଲ୍ଲୀ, ଜମ୍ମୁ, ରାଜସ୍ଥାନ, ଉତରପ୍ରଦେଶରେ ବିଜେପି କର୍ମୀ କଳାଟଙ୍କାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ଶହ ଶହ କୋଟି ଟଙ୍କାର କଳାଧାନ ଜବତ ହେବା ପରେ ଏହାକୁ ନେଇ ନିଜ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଶୁକ୍ରବାର ମୋଦୀ ଟ୍ୱିଟ୍ କରି କହିଥିଲେ, ଯିଏ ଜନତାକୁ ଲୁଟିଛି, ତା’ଠୁ ସବୁ କିଛି ଅସୁଲ୍ ହେବ । ଏହା ମୋଦୀଙ୍କ ଗ୍ୟାରେଂଟି । ଜନତାଙ୍କୁ ବିକାଶର ଗ୍ୟାରେଂଟି ଦେଉଥିବା ପ୍ରଧାନମନ୍ତ୍ରୀ ଏବେ ଦୁର୍ନତିଗ୍ରସ୍ତ ଲୋକଙ୍କୁଠାରୁ ଗୋଟିଏ ଗୋଟିଏ ପାଉଣା ଅସୁଲ କରିବାର ଗ୍ୟାରେଂଟି ଦେଉଛନ୍ତି । ଝାଡ଼ଖଣ୍ଡରୁ ରାଜ୍ୟସଭାକୁ ଯାଇଥିବା ସାଂସଦ ଧୀରଜ ସାହୁଙ୍କ ୧୦ଟି ଠିକଣାରେ ଆୟକର ରୋଡ୍ । ଏବଂ ରେଡ୍୍ରୁ ଶହ ଶହ କୋଟି ଟଙ୍କା ଠାବ ହେବା ପରେ ଆକ୍ରମଣାତ୍ମ ଆଭିମୁଖ୍ୟ ଗ୍ରହଣ କରିଛି ଭାରତୀୟ ଜନତା ପାର୍ଟି ।
ଅନେକ ସମୟରେ ନେତାମାନେ କ୍ଷମତାକୁ ଆସିବା ପାଇଁ ଜନତାଙ୍କୁ ବଡ ବଡ ସ୍ୱପ୍ନ ଦେଖାଇଥାନ୍ତି । ଅନେକ ପ୍ରତିଶ୍ରୁତି ଦେଇଥାନ୍ତି । ହେଲେ ମୋଦୀ ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା ପୂରଣ କରିଥିବା ଦାବି କରୁଛି ବିଜେପି । ମୋଦୀ ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରନ୍ତି ବୋଲି ବିଜେପି ଯୁକ୍ତି ବାଢୁଛି । ମୋଦୀଙ୍କୁ ଭରସା କରୁଛନ୍ତି ଦେଶର ଜନତା । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ନିର୍ବାଚନରେ ଲୋକେ ‘ମୋଦୀ ଗ୍ୟାରେଂଟି’କୁ ଭରସା କରିଛନ୍ତି । ବିକଶିତ ଭାରତର ସଂକଳ୍ପ ଛାଡି ‘ମୋଦୀ ଗ୍ୟାରେଂଟି’କୁ ପ୍ରସଙ୍ଗ କରୁଛି ବିଜେପି । ସେପଟେ କଂଗ୍ରେସ କହିଛି ମୋଦୀ ଗ୍ୟାରେଂଟି – ଚାଇନିଜ୍ ଗ୍ୟାରେଂଟି ସହ ସମାନ ।
ରାଜନୀତିର ଏହି ବୟାନବାଜି ଭିତରେ କିନ୍ତୁ ଝାଡ଼ଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ଏବଂ ତାଙ୍କ ସହଯୋଗୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ଜାରି ରହିଛି ।