ବିଜେପୁର ଗୁଳିକାଣ୍ଡ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେପି ! ସମସ୍ତ ୩୦ ଜିଲ୍ଲାରେ କରିବ ବିକ୍ଷୋଭ ଓ ପ୍ରତିବାଦ ସଭା

Advertisment
ବିଜେପୁର ଗୁଳିକାଣ୍ଡ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେପି ! ସମସ୍ତ ୩୦ ଜିଲ୍ଲାରେ କରିବ ବିକ୍ଷୋଭ ଓ ପ୍ରତିବାଦ ସଭା

କନକ ବ୍ୟୁରୋ: ବିଜେପୁରରେ ବିଜେପି ଯୁବ ନେତାଙ୍କ ଘର ଉପରକୁ ଗୁଳିମାଡ ଘଟଣାରେ ଆଜି ସମସ୍ତ ୩୦ଟି ଜିଲ୍ଲାରେ ବିକ୍ଷୋଭ କରିବ ଭାରତୀୟ ଜନତା ପାର୍ଟି । ଗୁଳିକାଣ୍ଡରେ ଶାସକ ଦଳର ସଂପୃକ୍ତି ଓ ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ଏହି ବିକ୍ଷୋଭ କରାଯିବ । ବିଜେପୁର ଗୁଳିକାଣ୍ଡ ପ୍ରତିବାଦରେ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଧାରଣା ଓ ପ୍ରତିବାଦ ସଭା କରିବ ବିଜେପି ।

publive-image

ଗତ ୭ତାରିଖ ରାତିରେ ବିଜେପି ଯୁବମୋର୍ଚ୍ଚାର ମଣ୍ଡଳ ସଭାପତି ମନୋରଞ୍ଜନ ମେହେରଙ୍କ ଘର ଉପରକୁ ଗୁଳିମାଡ କରିଥିଲେ ମୁଖାପିନ୍ଧା ଦୁର୍ବୃତ୍ତ । ଏହି ଗୁଳିକାଣ୍ଡରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ସଂପୃକ୍ତି ଅଭିଯୋଗ ସହ ବିଜେପୁର ପରାଜୟ ଭୟରେ ଶାସକ ଦଳ ରକ୍ତମୁଖା ହୋଇଥିବା ଅଭିଯୋଗ କରିଆସୁଛି ବିଜେପି । ନିର୍ବାଚନୀ ହିଂସାକୁ ରୋକିବାରେ ସରକାର ବିଫଳ ହୋଇଥିବା କହୁଛି । ବିଶେଷ କରି ପଂଚାୟତ ନିର୍ବାଚନରେ ବିଜେପିର ପ୍ରଦର୍ଶନରେ ବିଜୁ ଜନତା ଦଳ ଭୟଭିତ ହୋଇ ରାଜନୈତିକ ହିଂସା ଘଟାଉଥିବା ଅଭିଯୋଗ କରିଆସୁଛି ବିଜେପି ।

publive-image

ଏପରିକି ଗତ ସାଢେ ୩ ବର୍ଷରେ ବିଜେଡି କର୍ମୀଙ୍କ ଦ୍ୱାରା ୧୪ଜଣ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଥିବା କହୁଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା । ଏହି ଗୁଳିକାଣ୍ଡ ଘଟଣାରେ ବରଗଡ ପୁଲିସ ୩ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କର କୌଣସି ରାଜନୈତିକ ସଂପୃକ୍ତି ନଥିବା କହିଥିଲା । ଯାହାକୁ ନେଇ ମଧ୍ୟ ବିଜେପି ଆପତି ଉଠାଇଛି । ଗୁଳିକାଣ୍ଡ ଘଟଣାର ସିବିଆଇ ଦ୍ୱାରା ନିରପେକ୍ଷ ତଦନ୍ତ ଦାବି କରୁଛି ।

publive-image

ଅନ୍ୟପଟେ, ଭାରତର ନିର୍ବାଚନ କମିଶନରଙ୍କ ଅନୁମୋଦନ କ୍ରମେ ଓଡ଼ିଶାର ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ ତାରିଖ ଘୁଞ୍ଚାଯାଇଛି ବୋଲି ସୋମବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭବାନୀ ରାୟ କହିଛନ୍ତି । ତେବେ ଏହି ଚୂଡାନ୍ତ ଭୋଟର ତାଲିକା ଚଳିତବର୍ଷ ଜାନୁଆରି ୨୦ ତାରିଖରେ ଓ ଅବଶିଷ୍ଟ ୧୪୬ଟି ନିର୍ବାଚନ ମଣ୍ଡଳୀର ତାଲିକା ଫେବ୍ରୁଆରି ୧୬ ତାରିଖରେ ପ୍ରକାଶ ପାଇବ ବୋଲି କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe