କାଲି ୧୦୭ ପୌର ପରିଷଦ ପାଇଁ ଆସିବ ପ୍ରାଥମିକ ଭୋଟର ତାଲିକା : ନିର୍ବାଚନ କମିଶନଙ୍କ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

Advertisment
କାଲି ୧୦୭ ପୌର ପରିଷଦ ପାଇଁ ଆସିବ ପ୍ରାଥମିକ ଭୋଟର ତାଲିକା : ନିର୍ବାଚନ କମିଶନଙ୍କ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

କନକ ବ୍ୟୁରୋ : ଆସନ୍ତାକାଲି ୩ ମହାନଗର ସହ ୧୦୭ ପୌର ପରିଷଦ ପାଇଁ ଆସିବ ପ୍ରାଥମିକ ଭୋଟର ତାଲିକା । ଏହା ପୂର୍ବରୁ ନିର୍ବାଚନ କମିଶନଙ୍କ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଆପତି ଅଭିଯୋଗ ପାଇଁ ୬ ଦିନ ଜାଗାରେ ୧୦ ଦିନ ସମୟ ଦେବାକୁ କହି ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ ଆଗରେ ଦଳ ଧାରଣା ଦେଇଛି ।

ଭୋଟର ତାଲିକା ସଂଶୋଧନ ପାଇଁ ୬ ଦିନ ସମୟ ଦିଆଯାଇଥିବା ବେଳେ ଏହା ଭିତରେ ଦୁଇ ଦିନ ଛୁଟି ରହିଥିଲା । ତେଣୁ ସମୟସୀମା ବୃଦ୍ଧି କରିବାକୁ କହିଛି ବିଜେପି । ସେହିପରି ନିର୍ବାଚନ ଅଧିକାରୀଙ୍କ ଆପତି ଗୁଡିକର ଫଇସଲା ପାଇଁ ଗୋଟିଏ ଦିନ ସ୍ଥାନରେ ତିନି ଦିନ କରିବାକୁ ଦାବି କରିଛି ବିଜେପି । ଜାନୁଆରୀ ପହିଲା ପରେ ନୂଆ ଭୋଟରଙ୍କୁ ମଧ୍ୟ ପୌର ନିର୍ବାଚନରେ ସାମିଲ କରିବାକୁ ବିଜେପି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe