କନକ ବ୍ୟୁରୋ : ଆସନ୍ତାକାଲି ୩ ମହାନଗର ସହ ୧୦୭ ପୌର ପରିଷଦ ପାଇଁ ଆସିବ ପ୍ରାଥମିକ ଭୋଟର ତାଲିକା । ଏହା ପୂର୍ବରୁ ନିର୍ବାଚନ କମିଶନଙ୍କ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଆପତି ଅଭିଯୋଗ ପାଇଁ ୬ ଦିନ ଜାଗାରେ ୧୦ ଦିନ ସମୟ ଦେବାକୁ କହି ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ ଆଗରେ ଦଳ ଧାରଣା ଦେଇଛି ।
ଭୋଟର ତାଲିକା ସଂଶୋଧନ ପାଇଁ ୬ ଦିନ ସମୟ ଦିଆଯାଇଥିବା ବେଳେ ଏହା ଭିତରେ ଦୁଇ ଦିନ ଛୁଟି ରହିଥିଲା । ତେଣୁ ସମୟସୀମା ବୃଦ୍ଧି କରିବାକୁ କହିଛି ବିଜେପି । ସେହିପରି ନିର୍ବାଚନ ଅଧିକାରୀଙ୍କ ଆପତି ଗୁଡିକର ଫଇସଲା ପାଇଁ ଗୋଟିଏ ଦିନ ସ୍ଥାନରେ ତିନି ଦିନ କରିବାକୁ ଦାବି କରିଛି ବିଜେପି । ଜାନୁଆରୀ ପହିଲା ପରେ ନୂଆ ଭୋଟରଙ୍କୁ ମଧ୍ୟ ପୌର ନିର୍ବାଚନରେ ସାମିଲ କରିବାକୁ ବିଜେପି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/31-8.jpg)