କନକ ବ୍ୟୁରୋ : ଆସନ୍ତା ୩୧ ତାରିଖରେ ନବୀନ ନିବାସ ଘେରିବ ବିଜେପି । ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀ ସମୀର ଦାସଙ୍କ ସଂପୃକ୍ତି ଓ ଅର୍ଚ୍ଚନା ନାଗ ସହିତ ଶାସକ ଦଳ ବିଧାୟକ ଓ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗରେ ବିଜେପି ପକ୍ଷରୁ ଅହୋରାତ୍ର ଧାରଣା ଦିଆଯାଇଥିଲା । ପ୍ରତିବାଦ ଆଜି ଶେଷ ହୋଇଥିବା ବେଳେ ୨ ଘଟଣାର କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ୪୮ ଘଂଟାର ମହଲତ ଦେଇଛି ।
୪୮ ଘଂଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ୩୧ ତାରିଖରେ ନବୀନ ନିବାସରେ ଘେରାଉ ପାଇଁ ଚେତାବନୀ ଦେଇଛି ଦଳ । ଘଂଟା ଘଂଟା ଧରି ନବୀନ ନିବାସ ଘେରିବା ସହ ପ୍ରତିବାଦ କରିବ ବିଜେପି । ଏହା ସତ୍ୱେ ବି ସରକାର କୌଣସି ପଦକ୍ଷେପ ନନେଲେ ଲୋକଙ୍କ ମଧ୍ୟରେ ଜାଗରଣ ସୃଷ୍ଟି ପାଇ ସବ ଡିଭିଜନ ସ୍ତରରେ ବିଜେପି ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/1384034-bjp.jpg)