କନକ ବ୍ୟୁରୋ : ମଣ୍ଡିରୁ ଧାନ ନଉଠିବା ନେଇ ବିଜେପିର ବିକ୍ଷୋଭ । ଜିଲ୍ଲାର ବିଭିନ୍ନ ମଣ୍ଡିରୁ ଧାନ ଉଠୁନଥିବା ଅଭିଯୋଗରେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ଓ ଧାରଣା କରିଛି ବିଜେପି । ଏହାସହ ସରକାରଙ୍କ ୨୪ଘଂଟାର ମହଲତ ଦିଆଯାଇଛି । ଜିଲ୍ଲାର ମଣ୍ଡି ଗୁଡିକରେ ୨ଲକ୍ଷ କ୍ୱିଂଟାଲ ଧାନ ପଡିରହିଛି ।
ଏବେ ବି ୧୨ଲକ୍ଷ ଚାଷୀଙ୍କ ଧାନ କିଣାଯାଇନଥିବା ଅଭିଯୋଗ କରି ଜିଲ୍ଲାର ସମସ୍ତ ମଣ୍ଡି ସମ୍ମୁଖରେ ବିଜେପିର କର୍ମକର୍ତ୍ତା ଧାରଣା ଦେଇଛନ୍ତି । ଏଥିରେ ସାମିଲ ହୋଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ୨୪ଘଂଟା ମଧ୍ୟରେ ସମାଧାନ ନହେଲେ ରାସ୍ତା ଜାମ କରାଯିବ ଏବଂ ଏଥିପାଇଁ ସରକାର ଦାୟୀ ରହିବେ ବୋଲି କହିଛନ୍ତି ।