ଏକାମ୍ର କାନନ ଫାର୍ମ ଜମିକୁ ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତରର ପ୍ରତିବାଦ: ଫାର୍ମ ହାଉସ ଆଗରେ ବିଜେପିର ବିକ୍ଷୋଭ, ନିର୍ଦ୍ଦେଶନାମା ପ୍ରତ୍ୟାହାର ଦାବି

102

କନକ ବ୍ୟୁରୋ: ଭୁବନେଶ୍ୱର ଏକାମ୍ରକାନନ ଫାର୍ମ ଜମିକୁ ନେଇ ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ବିରୋଧରେ ବିଜେପି ପକ୍ଷରୁ ଫାର୍ମ ସମ୍ମୁଖରେ ବିରୋଧ ପ୍ରଦର୍ଶନ । ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ସମୟରେ ଆରମ୍ଭ ହୋଇଥିବା ଏହି ଫାର୍ମରେ ଦଶ ହଜାରରୁ ଅଧିକ ମୁଲ୍ୟବାନ ଗଛ ରହିଛି । ଉଦ୍ୟାନକୃଷିରେ ଏହି ଫାର୍ମ ରାଜ୍ୟ ପାଇଁ ବହୁତ ସୁନାମ ଆଣିଛି । ଏଠାରେ ମଧ୍ୟ ବହୁତ ଲୋକ କାର୍ଯ୍ୟ କରି ନିଜର ଜୀବିକା ନିର୍ବାହ କରୁଛନ୍ତି । ଏବେ ଚଂଚକତା କରି ଏହି ଜମିକୁ ଚକ୍ରାନ୍ତ କରୁଛନ୍ତି କିଛି ଅଫିସର ।

ମୁଖ୍ୟ ଶାସନ ସଚିବ ଏକାମ୍ର କାନନ କଥା କହୁଛନ୍ତି କିନ୍ତୁ ଏକାମ୍ର କାନନ ଫାର୍ମ ବିକିବାକୁ ଯୋଜନା କରାଯାଇଥିବା ଅଭିଯୋଗ ହୋଇଛି । ଏକାମ୍ର୍ ଫାର୍ମର ୨୦ ଏକର ୧୯୨ ଡିସିମିଲ ଜମିକୁ ସାଧାରଣ ପ୍ରଶାସନ ବିଭାଗର ଇଷ୍ଟେଟକୁ ହସ୍ତାନ୍ତର କରାଯାଇଥିବା ଉଦ୍ୟାନ କୃଷି ବିଭାଗ ପକ୍ଷରୁ କୁହାଯାଇଥିଲା । ହସ୍ତାନ୍ତର ହୋଇଥିବା ଜାଗାରେ ସରକାର ବାଣିଜ୍ୟକ ପ୍ରତିଷ୍ଠାନ ଓ ବାସଗୃହ କରିବା ପାଇଁ ଯୋଜନା କରୁଛନ୍ତି ବୋଲି କୁହାଯାଇଛି । ଏହାକୁ ନେଇ ଗତକାଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଥିଲେ ସରକାର ନେଇଥିବା ନିଷ୍ପତି ପ୍ରତ୍ୟାହାର କରନ୍ତୁ, ନହେଲେ ଆଗାମି ଦିନରେ ଲୋକସେବ ଭବନ ଘେରାଉ କରିିବ କଂଗ୍ରେସ ।