କନକ ବ୍ୟୁରୋ: ବଲାଙ୍ଗିରରେ ଆୟକର ବିଭାଗର ଚଢାଉକୁ ନେଇ ରାସ୍ତାକୁ ଓହ୍ଲାଇଲା ବିଜେପି । କଳାଧନ ପଛରେ ଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଉଛି । ବଲାଙ୍ଗିରରେ ୬ ଦିନ ହେବ ଚଢାଉ କରିଥିଲା ଆୟକର ବିଭାଗ । ଏହା ସହ ବ୍ୟାଙ୍କରେ ଟଙ୍କା ଗଣତି ପରେ ପାଖାପାଖି ୪୫୦ କୋଟି ଟଙ୍କା ବାହାରିଥିଲା । ଏହା ସହ ୬୦ କେଜିରୁ ଅଧିକ ସୁନା ଜବତ କରିଥିଲା ଆୟକର ବିଭାଗ ।

Advertisment

ଟଙ୍କା ଗଣତି ପରେ ଏବେ ବ୍ୟାଙ୍କ ଲକର ଖୋଲୁଛି ଆୟକର ବିଭାଗ । ଟିଟଲାଗଡ଼ ପରେ ଆଜି ବଲାଙ୍ଗିରରେ ଲକର ଖୋଲିପାରେ ଆୟକର ବିଭାଗ । ଗତକାଲି ଟିଟିଲାଗଡ଼ଠାରେ ଆୟକର ବିଭାଗ ଅଧିକାରୀମାନେ ମଦ ବ୍ୟବସାୟୀ ସଞ୍ଜୟ ସାହୁଙ୍କ ଘରକୁ ଯାଇ ତାଙ୍କ ପତ୍ନୀ ଆରତିଙ୍କ ସଂପତି ସଂପର୍କରେ ପଚରାଉଚରା କରିଥିଲେ । ପରେ ଆରତିଙ୍କ ଉପସ୍ଥିତିରେ ଏକ୍ସିସ ବ୍ୟାଙ୍କ ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଥିବା ତାଙ୍କର ବ୍ୟାଙ୍କ ଖାତାଗୁଡ଼ିକ ଯାଂଚ କରିଥିଲେ । ଏହିସମୟରେ ୩ ଗୋଟି ଲକରରୁ ବହୁ ପରିମାଣରେ ସୁନା ଜବତ ହୋଇଥିବା ଜଣାପଡିଛି । ଲକରରେ ସୁନା ଗହଣା, ସୁନା ବିସ୍କୁଟ ଓ ହୀରା ଗହଣା ଭଳି ଜିନିଷ ଥିବା ଜଣାପଡିଛି । ପୂର୍ବରୁ ଟିଟିଲାଗଡ଼ରୁ ୧୧ କୋଟି ଟଙ୍କା ଜବତ ହୋଇଥିବା ବେଳେ ଦୀପକ ସାହୁ ଓ ସଞ୍ଜୟ ସାହୁଙ୍କୁ ଆୟକର ବିଭାଗ ଅଧିକାରୀମାନେ ପଚରାଉଚରା ଜାରି ରଖିଥିବା ଜଣାଯାଇଛି । ଜବତ ଟଂକା ଗୁଡିକ ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କର ବୋଲି ଜଣାପଡିଛି । ଏବେ ତାଙ୍କର ସମସ୍ତ ସଂପର୍କୟ ଓ ବ୍ୟବସାୟିକ ବନ୍ଧୁଙ୍କ ଉପରେ ନଜର ରଖିଛି ଆୟକର ବିଭାଗ ।