କନକ ବ୍ୟୁରୋ: ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ମହିଳା ଏଏସଆଇଙ୍କୁ ଗୋଡାଇ ଗୋଡାଇ ମାଡ ମାରିବା ଘଟଣାରେ ଗିରଫ ହୋଇଛନ୍ତି ବିଜେପି କର୍ପୋରେଟର ଅପରୂପ ନାରାୟଣ ରାଉତ । କର୍ପୋଟେରଙ୍କ ଗିରଫ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେପି । ବିନା କାରଣରେ ରାସ୍ତାରୁ ଉଠାଇ ନେଇ ପୋଲିସ ଅକଥନୀୟ ଅତ୍ୟାଚାର କରିଥିବା ଅଭିଯୋଗ କରିଛି ବିଜେପି ।

Advertisment

ଏହାର ପ୍ରତିବାଦରେ ଭୁବନେଶ୍ୱର ସତସଙ୍ଗ ବିହାରଠାରେ ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ବିଏମସି ୨୯ ନମ୍ବର ୱାର୍ଡର କର୍ପୋରେଟର ଅପରୂପ ନାରାୟଣ ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେ ବ୍ୟବହାର କରୁଥିବା ଦାମୀ ଗାଡିକୁ ମଧ୍ୟ ଜବତ କରାଯାଇଛି । ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ରାତି ପାଖାପାଖି ଗୋଟାଏ ବେଳେ କିଛି ଯୁବକ ହାଇଟେକ୍ ଛକ ନିକଟ ଜାତୀୟ ରାଜପଥରେ ଚାଲିଥିବା ମରାମତି କାମ କରାଇ ଦେଉନାହାନ୍ତି ବୋଲି ମଞ୍ଚେଶ୍ୱର ଥାନାକୁ ଫୋନ୍ ଆସିଥିଲା । ଏହା ପରେ ପିସିଆର ଭ୍ୟାନ୍ ସେଠାରେ ପହଞ୍ଚିଥିଲା । ସେଠାରେ କର୍ପୋରେଟର ଓ କିଛି ସମର୍ଥକ ପାଟିତୁଣ୍ଡ କରୁଥିବା ଦେଖି ପୋଲିସ କର୍ମୀ ବୁଝାସୁଝା କରିଥିଲେ । ଏହା ପରେ ଏଏସଆଇ ଅଞ୍ଜନା ବରାଳ ସେଠାରେ ପହଞ୍ଚିିଥିଲେ ।ଏହି ସମୟରେ କର୍ପୋରେଟର ଏଏସଆଇଙ୍କର ଭିଡିଓ କରୁଥିଲେ । ତା ସହ ଭିଡିଓ କଲ୍ରେ ଅନ୍ୟ ଜଣଙ୍କୁ ଦେଖାଉଥିଲେ । ଏଏସ୍ଆଇ ଏହାକୁ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।