ଜବତ କଳା ଟଙ୍କା ବିରୋଧରେ ବିଜେପିର ଆନ୍ଦୋଳନ । ସଂସଦ ଭବନ ସାମ୍ନାରେ ସାଂସଦଙ୍କ ସହ ପ୍ରତିବାଦରେ ସାମିଲ ହେଲେ ବିଜେପି ସଭାପତି ଜେ.ପି ନଡ୍ଡା ।

ଜବତ କଳା ଟଙ୍କା ବିରୋଧରେ ବିଜେପିର ଆନ୍ଦୋଳନ । ସଂସଦ ଭବନ ସାମ୍ନାରେ ସାଂସଦଙ୍କ ସହ ପ୍ରତିବାଦରେ ସାମିଲ ହେଲେ ବିଜେପି ସଭାପତି ଜେ.ପି ନଡ୍ଡା ।

କନକ ବ୍ୟୁରୋ : କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଲିଙ୍କରୁ ୪୦୦ କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାରେ ପ୍ରତିବାଦ କରିଛି ବିଜେପି । ସଂସଦ ଭବନ ସମ୍ମୁଖରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବିଜେପି ସାଂସଦମାନେ ଗାନ୍ଧୀମୂର୍ତି ତଳେ ଆନ୍ଦୋଳନ କରିଛନ୍ତି । ଦୁର୍ନୀତି, ଭ୍ରଷ୍ଟାଚାର ପାଇଁ କଂଗ୍ରେସକୁ ଲୋକେ ଜାଣିଛନ୍ତି । ଯାହାର ପ୍ରମାଣ ଏବେ ମଧ୍ୟ ଦେଖିବାକୁ ମିଳୁଛି । ଗରିବ ଲୋକଙ୍କ ଠାରୁ ଲୁଟ କରି କୋଟି କୋଟି ଟଙ୍କା କଂଗ୍ରେସ ନେତାମାନେ ରଖିଛନ୍ତି ବୋଲି କହିଛନ୍ତି ଜେ.ପି ନଡ୍ଡା । ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରି ନଡ୍ଡା କହିଛନ୍ତି, ତଦନ୍ତକାରୀ ସଂସ୍ଥା କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଉଥିବା ନେତା ଏବେ ଧୀରଜ ସାହୁଙ୍କ ମାମଲାରେ କାହିଁକି ଚୁପ୍ ବସିଛନ୍ତି?

ଅନ୍ୟପଟେ ଆୟକର ବିଭାଗ ଏତେ ଟଙ୍କା ଜବତ କରିବା ପରେ ବିଜେଡିକୁ ଘେରିଛି ରାଜ୍ୟ ବିଜେପି । ରାଜ୍ୟରେ ମଦ ଦୁର୍ନୀତିର ଅଭିଯୋଗ ଆଣି ଆଜି ବିକ୍ଷୋଭ କରିବାକୁ ନିଷ୍ପତି ନେଇଛି ବିଜେପି । ରାଜ୍ୟର ସମସ୍ତ ସବଡିଭିଜନ ସମ୍ମୁଖରେ ବିଜେପି ପକ୍ଷରୁ ମଦ ଦୁର୍ନୀତି ଓ କଳା ଟଙ୍କା ବିରୋଧରେ ବିକ୍ଷୋଭ କରାଯିବ । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ଅନୁକମ୍ପାରେ ‘ସାହୁ ବ୍ରଦର୍ସ ଆଣ୍ଡ କୋ’ ୫୦୦ କୋଟିର କଳା ଟଙ୍କା ଠୁଳ କରିଛି । ସରକାର ମଦ ମାଫିଆଙ୍କୁ ଅଯାଚିତ ଲାଭ ଦେଉଛନ୍ତି ଏବଂ ସେହି କଳା ଟଙ୍କାରେ ବିଜେଡି ନିର୍ବାଚନ ଲଢୁଛି ବୋଲି କହିଛି ବିଜେପି । ବିଜେଡି ସରକାର ବିନା ପ୍ରୋତ୍ସାହନରେ କ’ଣ କେହି ୫୦୦ କୋଟିର କଳାଟଙ୍କା ନିର୍ଭୟରେ ଜମା ରଖିପାରିବ କି ବୋଲି ପ୍ରଶ୍ନ କରିଛି ବିଜେପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe