କନକ ବ୍ୟୁରୋ : ବ୍ରିଜ ନିର୍ମାଣ ଦାବିରେ ବିଜେପିର ଅଭିନବ ପ୍ରତିବାଦ । ପାଣି ଭିତରେ ପଶି ଆନ୍ଦୋଳନ କରିଛି ଭାରତୀୟ ଜନତା ପାର୍ଟି । ବରଗଡ଼ ଜିରା ନଦୀ ବ୍ରିଜ୍ ନିର୍ମାଣରେ ଅହେତୁକ ବିଳମ୍ବ ତଥା ବ୍ରିଜ୍ ନିର୍ମାଣର ଟେଣ୍ଡରରେ ଅନିୟମିତତା ହୋଇଥିବା ଦଳ ଅଭିଯୋଗ କରିଛି । ଏହାର ପ୍ରତିବାଦରେ ବିଜେପି ପକ୍ଷରୁ ଜିରା ନଦୀରେ ଜଳ ସତ୍ୟାଗ୍ରହ କରାଯାଇଛି । ଏଥିରେ ଜିଲ୍ଲା ବିଜେପିର ଅନେକ ନେତା ସାମିଲ ହୋଇଥିଲେ ।
ପୋଲ ନିର୍ମାଣ ଦାବିରେ ବିଜେପିର ଅଭିନବ ପ୍ରତିବାଦ : ପାଣି ଭିତରେ ପଶି ଜଳ ସତ୍ୟାଗ୍ରହ କଲେ ନେତା ଓ କର୍ମୀ
/kanak/media/post_attachments/wp-content/uploads/2021/10/23-9.jpg)