ରବି ଧାନ କିଣିରେ ଟୋକନ ଅନିୟମିତତା ପ୍ରତିବାଦରେ ବିଜେପି କୃଷକ ମୋର୍ଚ୍ଚାର ଧାରଣା : ରାଜ୍ୟ ଯୋଗାଣ ନିଗମ ଅଫିସ ଆଗରେ ଆନ୍ଦୋଳନ

88

କନକ ବ୍ୟୁରୋ : ଟୋକନ ଅନିୟମିତତା ପ୍ରତିବାଦରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟ ଯୋଗାଣ ନିଗମ ଅଫିସ ଆଗରେ ଧାରଣା । ଏହି ଆନ୍ଦୋଳନରେ ପ୍ରଦୀପ ପୁରୋହିତଙ୍କ ସମେତ ୪ଜଣ ବିଧାୟକ ସାମିଲ ହୋଇଥିଲେ । କୁସୁମ ଟେଟେ, ମୁକେଶ ମହାଳିକ, ନାଉରି ନାୟକ ଓ ସୁବାସ ପାଣିଗ୍ରାହୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଟୋକନ ଅନିୟମିତତା ହେଉଥିବାରୁ ଧାନ ମଣ୍ଡିରେ ଚାଷୀ ଧାନ ବିକ୍ରି କରିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସମୟରେ ଚାଷୀଙ୍କ ଅମଳ ଧାନ ମଣ୍ଡିରେ ଗଜା ହେଉଥିବାର ମଧ୍ୟ ଦେଖିବାକୁ ମିଳୁଛି । ଏହାକୁ ବିରୋଧ କରି ଆଜି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟ ଯୋଗାଣ ନିଗମ ଅଫିସ ଆଗରେ ଧାରଣା ଦିଆଯାଇଛି ।