ବିଜେପିର ପ୍ରତିଶ୍ରୁତି ! ସ୍ଥାୟୀ ପଟ୍ଟା ଓ ରୋଜଗାର ଯୋଗାଇ ଦେବାକୁ ବାଣ୍ଟିଲା ଫର୍ମ, ସରକାରକୁ ଆସିଲେ କରିବ ପୂରଣ ।
ଏହି କାର୍ଯ୍ୟକ୍ରମରେ ୨ଟି ଫର୍ମ ବଂଟାଯିବ । ପ୍ରଥମଟି ରୋଜଗାର ପ୍ରତିଶ୍ରୁତି ଫର୍ମ ହୋଇଥିବାବେଳେ ଦ୍ୱିତୀୟଟି ପକ୍କା ଘର ପ୍ରତିଶ୍ରୁତି ଫର୍ମ ।
କନକ ବ୍ୟୁରୋ: ଆଗମୀ ନିର୍ବାଚନୀ ପାଇଁ ବିଜେପିର ପ୍ଲାନ୍ । ଆଜିଠୁ ଗାଁ ଗାଁ ବୁଲି ଲୋକଙ୍କ ନିକଟତର ହେବାକୁ ଆରମ୍ଭହେଲା ବିଜେପିର ପ୍ରତିଶ୍ରୁତି ସମାବେଶ । ଆଜିଠାରୁ ୩ ମାସ ଧରି ରାଜ୍ୟର ପ୍ରତ୍ୟେକ ଗାଁରେ ବିଜେପି କର୍ମୀ ମାନେ ପ୍ରତିଶ୍ରୁତି ଗେରୁଆ ଫର୍ମ ବାଟିଂବେ । ଏହି କାର୍ଯ୍ୟକ୍ରମରେ ୨ଟି ଫର୍ମ ବଂଟାଯିବ । ପ୍ରଥମଟି ରୋଜଗାର ପ୍ରତିଶ୍ରୁତି ଫର୍ମ ହୋଇଥିବାବେଳେ ଦ୍ୱିତୀୟଟି ପକ୍କା ଘର ପ୍ରତିଶ୍ରୁତି ଫର୍ମ । ଲୋକମାନେ ନିଜର ଆବଶ୍ୟକ ଅନୁଯାୟୀ ଏହି ଫର୍ମ ଭରିବେ । ଏବଂ କ୍ଷମତାକୁ ଆସିଲେ ଏହି ସବୁ ପ୍ରତିଶ୍ରୁତି ପୂରଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ବିଜେପି ସରକାରକୁ ଆସିଲେ ରାଜ୍ୟର କ’ଣ ଉନ୍ନତି ହେବ ସେନେଇ ରାଜ୍ୟବାସୀଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, ରାଜ୍ୟରେ ଏବେ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଥିବା ବେକାରୀ ସମସ୍ୟାକୁ କେବଳ ବିଜେପି ସରକାର ହିଁ ଦୂର କରି ପାରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଦେଶର ଗରିବଙ୍କ ପାଇଁ ଅନେକ ଯୋଜନା କରାଯାଇଛି । ଗରିବ ମହିଳାଙ୍କୁ ମାଗଣା ଗ୍ୟାସ୍ ଯୋଗାଇ ଦିଆଯାଇଛି ।
ସେହିଭଳି ଗତବର୍ଷ ବିଧାନସଭାରେ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ ୨୭ ଲକ୍ଷ ୪୮ ହଜାର ପରିବାରର ମୁଣ୍ଡ ଉପରେ ଏବେ ବି ଛାତ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର । ରାଜ୍ୟ ସରକାର ୧୯ ବର୍ଷ ଶାସନ କରିଥିଲେ ମଧ୍ୟ ଆଜି ଯାଏ ଲୋକଙ୍କ ପାଖରେ ଛାତ ଘର ଖଣ୍ଡିଏ ନାହିଁ । ଏହା ରାଜ୍ୟ ସରକାରଙ୍କ ବଡ଼ ବିଫଳତା ବୋଲି କହିଛନ୍ତି ଧର୍ମେନ୍ଦ୍ର । ଅନେକ ଲୋକାଭିମୁଖି ଯୋଜନା କରି ପ୍ରଧାନ ସେବକ ଭାବେ ଲୋକଙ୍କ ସେବା କରିବାରେ ଲାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେଣୁ ଓଡ଼ିଶାରୁ ଏହି ଭ୍ରଷ୍ଟ ସରକାରକୁ ବିଦା କରି ବିଜେପିକୁ ସରକାର ଗଠନ କରିବା ପାଇଁ ସୁଯୋଗ ଦେବାକୁ ଧର୍ମେନ୍ଦ୍ର ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।