କନକ ବ୍ୟୁରୋ: ବିଜୁଳି କାଟ ପ୍ରସଙ୍ଗରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ, ଟାଟା ପାୱାର ଅରାଜକତାରେ ବୁଡ଼ିଯାଇଛି । ସରକାରଙ୍କ ନିୟନ୍ତ୍ରଣ ବାହାରେ ଅଛି । ଟିକେ ବର୍ଷା ହେଲେ ମନଇଚ୍ଛା ବିଦ୍ୟୁତ କାଟ କରାଯାଉଛି । ଏହାର ଫଳ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡୁଛି । ଏହି ବାବଦରେ ପ୍ରଶ୍ନ କରିବା ସହ ସ୍ୱର ଉଠାଯାଉଛି ହେଲେ ଏହାର ଉତ୍ତର ନା ଟାଟା ପାୱାର ଦେଉଛି ନା ସରକାର ଦେଉଛନ୍ତି । ଟାଟା ପାୱାର ଏଠି ସରକାରଙ୍କ ମାଲିକ ସାଜିଛି । ଗ୍ରାମାଞ୍ଚଳରେ ଦିନକୁ ପ୍ରାୟ ୩ରୁ ୪ ଘଣ୍ଟା ବିଦ୍ୟୁତ କାଟ ହେଉଛି । ସହରାଞ୍ଚଳରେ ୨୫ଥର ପାୱାର କଟ ହେଉଛି । ଏଠି ସରକାର ଚଳାଉଛି କିଏ ଏଠି ସରକାରଙ୍କ ମାଲିକ କିଏ ବୋଲି ପ୍ରଶ୍ନ କରିଛି ବିଜେପି ।

Advertisment

ରାଷ୍ଟ୍ରପତିଙ୍କ ଓଡିଶାରେ ଥିବା କାର୍ୟ୍ୟକ୍ରମରେ ବିଦ୍ୟୁତ କାଟ ହେଲା ଏହା ପ୍ରଥମ ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ମୁଖ୍ୟ ଶାସନ ସଚିବ ଟୁଇଟ କରି ବିରକ୍ତି ପ୍ରକାଶ କରିଛନ୍ତି । ଟାଟା ପାୱାର ଆଗରେ ସରକାର ବିକ୍ରି ହୋଇସାରିଛନ୍ତି । ସରକାର ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ । କେତେ ସମୟ ବିଦ୍ୟୁତ କାଟିବେ ସେ ନେଇ ସେଥିରେ ଆଗୁଆ ସ୍ପଷ୍ଟ କରନ୍ତୁ ଯେ କେତେ ସମୟ ବିଦ୍ୟୁତ କଟାଯିବ ଓଆରଇସି ନିୟମ ବାହାରକୁ ନେଇ ୨୭୨୭କୋଟି ଟଙ୍କା ଟାଟା ପାୱାର ଆଦାୟ ହୋଇଥିଲା । ବିଧାନସଭାରେ ଏହି ବି ପ୍ରସଙ୍ଗ ବି ଉଠିଥିଲା । ସେ ପ୍ରସଙ୍ଗ ରାଜ୍ୟ ସରକାର ସ୍ପଷ୍ଟ କରିବା ଦରକାର ।

ଶକ୍ତି ମନ୍ତ୍ରୀଙ୍କ ଅବହେଳା ପାଇଁ ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର । ଏହାସହ ଟାଟା ପାୱାର ଉପରେ ସରକାର ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଆସନ୍ତା ୧୪ ଓ ୧୫ ତାରିଖରେ ଯେତେ ଟାଟା ପାୱାର ଅଫିସ ଅଛି ଓଡିଶାରେ ତାହା ଆଗରେ ଧାର୍ମଘଟ ଓ ବିକ୍ଷୋଭ କରିବ ବୋଲି ବିଜେପି ସ୍ପଷ୍ଟ କରିଛି ।