ପାଟକୁରା ନିର୍ବାଚନ ନେଇ ବିଜେପି ଆଣିଲା ଅଭିଯୋଗ: ପ୍ରେସମିଟ୍ କରି କହିଲେ, ନିର୍ବାଚନରେ ହେରଫେର କରିଛି ବିଜେଡି

୨୨୦ ଓ ୨୯୪ ନମ୍ବର ବୁଥ୍ ଇଭିଏମକୁ କରାଯାଇଛି ଅଦଳବଦଳ

224

କନକ ବ୍ୟୁରୋ: ପାଟକୁରାରେ ବିଜେଡି ଅନିୟମିତତା କରିଛି ବୋଲି ଅଭିଯୋଗ ଆଣିଛି ବିଜେପି । ବିଜେପିର ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଅଭିଯୋଗ ଆଣିଛନ୍ତି, ବିଜେଡି ଏବଂ ନବୀନ ପଟ୍ଟନାୟକ ହାରିବା ଭୟରେ ଅଗଣତାନ୍ତ୍ରିକ ପନ୍ଥା ଆପଣେଇଛନ୍ତି । ଯେଉଁ ସମ୍ଭାବନା ନେଇ ସିଇଓ ଓ ଅନ୍ୟ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲୁ ସେହି ଘଟଣା ଘଟିଛି ବୋଲି ଲେଖାଶ୍ରୀ କହିଛନ୍ତି ।

ସେ ଆହୁରି ପ୍ରଶ୍ନ କରିଛନ୍ତି, ପ୍ରିଜାଇଡିଂ ଅଫିସରମାନେ ଏକାଧିକ ଇଭିଏମ ମେସିନ ହାତରେ କାହିଁକି ନେଇଥିଲେ । ଗତକାଲି ନିର୍ବାଚନରେ ୩୦୯ଟି ବୁଥ ପାଇଁ ୩୦୯ଟି ଇଭିଏମ ଆବଶ୍ୟକ ଥିବା ବେଳେ ଅଧିକ ୧୦୦ଟି ଇଭିଏମ କାହିଁକି ନେଇଥିଲେ । ଆବଶ୍ୟକ ୩୦୯ ଟି ଗାଡି ବଦଳରେ ୬୧୮ ଗାଡି ବ୍ୟବହାର ହୋଇଥିଲା । ଡାହାଳପୁରର ୨୨୦ ନମ୍ବର ବୁଥ , ୨୯୪ ନମ୍ବର ପାଟକୁୂରା ବୁଥରେ ଅନିୟମିତତାର ଅଭିଯୋଗ ହୋଇଛି ।

ଇଭିଏମ ଅଦଳବଦଳ ହୋଇଛି । ସେହି ୨ ସ୍ଥାନରେ ଇସିଆଇ ସମ୍ପୃକ୍ତ ପ୍ରିଜାଇଡିଂ ଅଫିସରଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଦାବି କରିଛି ବିଜେପି । ଜନମତ ବିଜେପି ସପକ୍ଷରେ ଅଛି । ନିର୍ବାଚିତ ଜିତିବା ପାଇଁ ତଳ ସ୍ତରକୁ ଖସି ଆସିଛି ବୋଲି ଅଭିଯୋଗ କରିଛି ବିଜେପି ।