ସ୍ମିତାରାଣୀ ମୃତ୍ୟୁକୁ ନେଇ ତେଜୁଛି ରାଜନୀତି: ବିଜେପି କହିଲା, ୭ ଦିନ ପରେ ବି ମିଳିଲାନି ସୁରାଗ, ପୁଲିସର ତଦନ୍ତ ନେଇ ଉଠାଇଲା ପ୍ରଶ୍ନ

Advertisment
ସ୍ମିତାରାଣୀ ମୃତ୍ୟୁକୁ ନେଇ ତେଜୁଛି ରାଜନୀତି: ବିଜେପି କହିଲା, ୭ ଦିନ ପରେ ବି ମିଳିଲାନି ସୁରାଗ, ପୁଲିସର ତଦନ୍ତ ନେଇ ଉଠାଇଲା ପ୍ରଶ୍ନ

କନକ ବ୍ୟୁରୋ: ସ୍ମିତାରାଣୀଙ୍କ ମୃତ୍ୟୁ ନେଇ ବିଜେପି ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀ କରାଯାଇଛି । ସ୍ମିତାଙ୍କ ମୃତ୍ୟୁକୁ ୭ ଦିନ ବିତି ଯାଇଥିଲେ ବି କିନ୍ତୁ ସ୍ମିତାରାଣୀ ହତ୍ୟାକାଣ୍ଡର କିଛି ସୁରାଗ ମିଳିପାରୁନି । କାର୍ଯ୍ୟରତ ଥିବା ବେଳେ ବିଡିଓ ଭତା ଟଙ୍କା ବାଂଟିବା ପାଇଁ ପଠାଇଥିଲେ । ଏସପି ଯାହା ମନ୍ତବ୍ୟ ଦେଲେ ଏହା ସମଗ୍ର ରାଜ୍ୟକୁ ବ୍ୟଥିତ କରିଛି ବୋଲି କହିଛି ବିଜେପି ।

publive-image

ଏପରିକି ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାକୁ ଏସପି ବ୍ୟକ୍ତିଗତ ଦିଗକୁ ନେଇଛନ୍ତି ତଦନ୍ତକୁ କିନ୍ତୁ ବୃତିଗତ ଦିଗକୁ ଦେଖିନାହାନ୍ତି ବୋଲି ସଙ୍ଗିନ ପ୍ରଶ୍ନ ଉଠାଇଛନ୍ତି ବିଜେପି । ସ୍ମିତାଙ୍କ ସ୍ୱାମୀଙ୍କ ଅଭିଯୋଗ ମୁତାବକ ତାଙ୍କ ଉପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଭତ୍ତା ଆଦିକୁ ନେଇ ବୃତ୍ତିଗତ ଚାପ ରହିଥିଲା । କିନ୍ତୁ ଏନେଇ ସରକାର ସମ୍ପୂର୍ତ୍ତ ଭାବେ ନିରବ ରହିଛନ୍ତି ବୋଲି ବିଜେପି କଟାକ୍ଷ କରିଛି । ଏସପିଙ୍କ ମୋବାଇଲ କଲ ରେକର୍ଡ  ଯାଂଚ କରାଯିବା ସହ ଡିଜି ଏନେଇ ସ୍ପଷ୍ଟ କରନ୍ତୁ ଯେ, ଏସପି ୭ ଦିନ ଭିତରେ କାହା ସହ କଥା ହୋଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଏଭଳି ଦାବି କହିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି ।

One 2 One With BJD Spokesperson Samir Das

ସେପଟେ ବିଜେପିର ଏଭଳି ଅଭିଯୋଗର ଜବାବ ରଖିଛି ବିଜେଡି । ବିଜେଡି ନେତା ସମୀର ଦାସ କହିଛନ୍ତି ଯେ, ଆଇନ ତା କାର୍ଯ୍ୟ କରୁଛି । ଆଇନର ଉଦ୍ଦ୍ୱର୍ରେ କେହି ନୁହଁନ୍ତି । ତେଣୁ ଏହାକୁ ରାଜନୀତିକରଣ କରିବା ଉଚିତ ନୁହେଁ ବୋଲି କହିଛନ୍ତି ସମୀର ଦାସ । କିପରି ସ୍ମିତାରାଣୀଙ୍କୁ ନ୍ୟାୟ ମିଳିବ ସେଥିପାଇଁ ଯଦି କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଅଛି ତେବେ ତାକୁ ଉପସ୍ଥାପିତ କଲେ ନିଶ୍ଚିତ ଭାବରେ ତାକୁ ତଦନ୍ତକାରୀ ସଂସ୍ଥା ଗ୍ରହଣ କରିବେ ଏବଂ ଯାଂଚ ପ୍ରକ୍ରିୟାକୁ ଆହୁରୀ ତ୍ୱରାନ୍ୱିତ କରିବେ ବୋଲି କହିଛନ୍ତି ବିଜେଡି ନେତା ସମୀର ଦାସ ।

publive-image

ସେପଟେ ସ୍ମିତାରାଣୀ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ମହିଳା କଂଗ୍ରେସ । ଆଜି ମହିଳା କଂଗ୍ରେସ କର୍ମୀମାନେ ଏସପି ଅଫିସ ଘେରାଉ କରିଛନ୍ତି । ଏଥିରେ ଦଳର ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ । କଂଗ୍ରେସ ନେତା ଓ କର୍ମୀମାନେ ପାଣିକୋଇଲି ଛକରୁ ଏକ ଶୋଭାଯାତ୍ରାରେ ଆସି ଏସପି ଅଫିସ ସମ୍ମୁଖରେ ପହଂଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣା ଦିଆଯାଇଥିଲା । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଯାଜପୁର ଏସପିଙ୍କ ବଦଳି ଦାବି କରିଛି କଂଗ୍ରେସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe