ଥାନାରେ ସିସିଟିଭି ଲଗାଇବା କ୍ଷେତ୍ରରେ ଦୁର୍ନୀତି । ପ୍ରେସମିଟ୍ କରି ଅଭିଯୋଗ ଆଣିଲା ବିଜେପି ।

60

କନକ ବ୍ୟୁରୋ: ଥାନାରେ ସିସିଟିଭି ଲଗାଇବା କ୍ଷେତ୍ରରେ ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି । ସିସିଟିଭି କିଣିବା ପାଇଁ ଶହେ କୋଟିର ଟେଣ୍ଡର ହୋଇଥିବା ବେଳେ ୧୦୪ କୋଟିର ଅର୍ଡର ଦିଆଯାଇଛି । ବିଏସସି ପଢିଥିବା ଜଣେ ବ୍ୟକ୍ତିଙ୍କୁ ଏହି କାର୍ଯ୍ୟର କନସଲଟାଣ୍ଟ ରଖଯାଇଛି । ଓଡ଼ିଶା ବଜାରକୁ ନଜରରେ ରଖିଲେ ଯେଉଁ ଥାନାରେ ୬ ଲକ୍ଷ ଟଙ୍କାର ପ୍ରାବଧାନ ରଖିବା କଥା ସେହି ଥାନାକୁ ୧୫ କୋଟି ଟଙ୍କା ଦିଆଯାଇଛି ବୋଲି ବିଜେପି ମୁଖପାତ୍ର ରଞ୍ଜିତ ଦାସ ଅଭିଯୋଗ କରିଛନ୍ତି । ଏଭଳି ଅଭିଯୋଗ କରିବା ସହ ଏହି ଟେଣ୍ଡରକୁ ଖାରଜ କରିବାକୁ ଦାବି କରିଛି ବିଜେପି । ଏଥିସହିତ ଏକ ବୈଷୟିକ କମିଟି ଗଠନ କରି ବଜାର ଦର ଅନୁସାରେ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ବିଜେପି ଦାବି କରିଛି । ତେବେ ଆଗକୁ ଏହି ଦୁର୍ନୀତିରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆଣିବ ବୋଲି କହିଛି ବିଜେପି ।