କନକ ବ୍ୟୁରୋ: ଓଡିଶାର ଜନସାଧାରଣସତ ଜାଣି ଆଶ୍ଚର୍ଯ୍ୟ ହେବେ । ତାଙ୍କୁ ଏକରକମ ବନ୍ଦୀ କରାଯାଇଛି । ତାଙ୍କୁ କଣ୍ଟ୍ରୋଲ କରାଯାଉଛି । ସେ ଜୁଆଡେ ଯାଉଛନ୍ତି ତାଙ୍କ ସହ ଜଣେ ବ୍ୟକ୍ତି ସବୁଆଡେ ଯାଉଛନ୍ତି । ତେଣୁ ଓଡିଶାବାସୀ ପଶ୍ନ ପଚାରିବା ଉଚିତ ଯେ, ମୁଖ୍ୟମନ୍ତ୍ରୀଙ୍କ ସହ ସେହି ଜଣେ କାହିଁକି ଅନ୍ୟମାନଙ୍କୁ ଦେଖିବାକୁ ମିଳୁନାହିଁ କାହିଁକି? ଯେଉଁ ନବୀନ ବାବୁଙ୍କୁ ଓଡିଶାବାସୀ ଆଜି ଦେଖୁଛନ୍ତି ମନେପକାନ୍ତୁ ୨୦୧୮ ଆଗରୁ ସେ କିଭଳିି ଥିଲେ ଏବଂ ଆଜି କିଭଳି ଦେଖାଯାଉଛନ୍ତି । ମୋ ପାଇଁ ବ୍ୟକ୍ତିଗତ ସ୍ତରରେ ଏହା ଦୁଃଖର କଥା’ ।
ବୈଜୟନ୍ତ ଆହୁରି ମଧ୍ୟ କହିଛନ୍ତି ଯେ, ବିଜୁ ବାବୁଙ୍କ ପରିବାର ସହ ମୋ ପରିବାରର ଘନିଷ୍ଠ ସମ୍ପର୍କ ଥିଲା । ସ୍ୱର୍ଗତ ବିଜୁବାବୁଙ୍କ ଅଶୀର୍ବାଦରେ ମୋର ରାଜନୈତିକ ଜୀବନ ଆରମ୍ଭ ହୋଇଛି । ୨୦୧୮ ଯାଏଁ ନବୀନ ବାବୁ ଏଭଳି ନଥିଲେ, ଜଣେ ବ୍ୟକ୍ତିଙ୍କ ଦ୍ୱାରା କବଜା ହୋଇ କଣ୍ଟ୍ରୋଲ ହେଉନଥିଲେ । କିନ୍ତୁ ୨୦୧୮ ପରେ ପରିବର୍ତ୍ତନ ଆସିଛି, ଯେତେବେଳେ ଓଡିଆ ଅସ୍ମିତାକୁ ଆଘାତ ପହଞ୍ଚିଛିି । ଏଇ ସମୟ ଭିତରେ ନବୀନ ପଟ୍ଟନାୟକ କ୍ୟାପଚର ହୋଇଗଲା ପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ହଜିଛି । ଆଗରୁ ହଜିନଥିଲା । ଏହି ସମୟ ଭିତରେ ହିଁ ଓଡିଆ ଅସ୍ମିତାକୁ ବିଭିନ୍ନ ଉପାୟରେ ଆଘାତ ପହଞ୍ଚିଛି’ ।
‘ନବୀନ ପଟ୍ଟନାୟକଙ୍କର ଯେତେବେଳେ ବି ଭିଡିଓ ଗୁଡିକୁ ପୋଷ୍ଟ କରାଯାଉଛି ଅଧିକାାଂଶ ଭିଡିଓ ତାଙ୍କ ନିଜର ନୁହେଁ । ନୀରିକ୍ଷଣ କରାଗଲେ ଦେଖାଯାଉଛି ନବୀନଙ୍କର ଅଧିକାଂଶ ଭିଡିଓ ଡିପଫେକ୍ । ଏହାକୁ ଏଆଇ ଦ୍ୱାରା କରାଯାଉଛି । ସେଥିପାଇଁ ତାଙ୍କୁ ଚ୍ୟାଲେଞ୍ଜ ଦିଆଯାଉଛି ମୁଖ୍ୟମନ୍ତ୍ରୀ ୩୦ଟା ଜିଲ୍ଲାର ନାଁ କହିପାରିବେ ତ?ଏହାଛଡା ମଞ୍ଚ ଉପରେ ନବୀନ ପଟ୍ଟନାୟକ ଯାହା କହୁଛନ୍ତି ସତରେ ସେ ନିଜେ ଏହାକୁ କହୁଛନ୍ତି କି?ଏଭଳି ସ୍ଥିତି ଯୋଗୁଁ ଓଡିଆ ଅସ୍ମିତା ଉପରେ ଯେଉଁ ଆଞ୍ଚ ଆସିଛି ତା ଏବେ ଚିନ୍ତାର ବିଷୟ ପାଲଟିଛି । ଏହା ଉପରେ ପ୍ରତି ଓଡିଆ ବି ପ୍ରଶ୍ନ କରିବାକୁ ଉଚିତ । ଶେଷରେ ଗୋଟିଏ କଥା , ନବୀନ ବାବୁଙ୍କୁ ବନ୍ଦୀ ଅବସ୍ଥାରୁ ଉଦ୍ଧାର କରିବାର ସମୟ ଆସିଛି । ପ୍ରତି ଓଡିଆଙ୍କୁ ସତ ଜଣାଇବାର ସମୟ ଆସିଛି ‘ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/18-9.jpg)