କନକ ବ୍ୟୁରୋ: ୨୫ ବର୍ଷରେ ୨୪ ଟି ତଦନ୍ତ ରିପୋର୍ଟ ଚାପିଛନ୍ତି ସରକାର । କିନ୍ତୁ ବିଜେପି ସରକାରକୁ ଆସିଲେ ସବୁ ତଦନ୍ତ ରିପୋର୍ଟ ସର୍ବଜନୀନ କରିବ । ବିଜେଡି ଶାସନକାଳରେ ଯେଉଁ ସବୁ ତଦନ୍ତ କମିଶନ ବସିଛି ସେ ସବୁ ରିପୋର୍ଟକୁ ଚାପି ଦେଇଛନ୍ତି ବିଜେଡି ସରକାର ବିଜେପି ସରକାରକୁ ଆସିଲେ ସବୁ ତଦନ୍ତ କମିଶନ ଗୁଡିକର ରିପୋର୍ଟ ସର୍ବଜନୀନ କରିବ ।
ଏହାସହ ରତ୍ନଭଣ୍ଡାର ଚାବି ହଜିବା ତଦନ୍ତ ରିପୋର୍ଟ ଲୋକଙ୍କ ପାଖରେ ପହଞ୍ଚାଯିବ । ଏହାସହ ଖଣି ଦୁର୍ନୀତି ତଦନ୍ତ ରିପୋର୍ଟକୁ ଖୋଲିବୁ, ୨୫ ବର୍ଷ ଭିତରେ ରାଜ୍ୟ ସରକାର କରିଥିବା ସବୁ ଦୁର୍ନୀତିର ଗୁମର ଫିଟାଇବ ବିଜେପି । ଏହା ସହ ୩ ମାସରେ ଚିଟଫଣ୍ଡ ତଦନ୍ତ ରିପୋର୍ଟ ବି ଲୋକଲୋଚନକୁ ଆଣିବ ଏବଂ ଟଙ୍କା ଫେରାଇବାର ବ୍ୟବସ୍ଥା କରିବ ବୋଲି କହିଛନ୍ତି ରାଜ୍ୟ ବିଜେପି ପୂର୍ବତନ ସଭାପତି କନକ ବର୍ଦ୍ଧନ ସିଂଦେଓ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/kanakbardhan-singhdeo.jpg)