କନକ ବ୍ୟୁରୋ: ଆଜି ଏକ ମେଗା ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସରକାର ଉପରେ ବର୍ଷିଛନ୍ତି ବିଜେପି ନେତା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ବିଜେଡି ବିଭିନ୍ନ କଥା କହି ଓଡିଶାର ଜନତାଙ୍କୁ ବିଭିନ୍ନ ସମୟରେ ବିଭ୍ରାନ୍ତ କରୁଛି । ଲୋକେ ଏଭଳି ଦ୍ୱନ୍ଦ୍ୱରେ ପଡିଲେଣି ଯେ, ଶେଷରେ ବିଜେପିକୁ ଭୋଟ ଦେବାକୁ ମନସ୍ଥ କରିଛନ୍ତି । ଏବେ ଓଡିଶାର ଲୋକଙ୍କୁ ସାମନା କରିବାକୁ ବିଜେଡି ପାଖରେ ନୈତିକ ସାହାସ କି ଆତ୍ମବିଶ୍ୱାସ ନାହିଁ ।
‘ପୂର୍ବରୁ ବିଜୁ ପଟ୍ଟନାୟକ ପାଞ୍ଚ ଥର ନିର୍ବାଚନ ହାରିଲେ । ଏହାକୁ ସ୍ୱୀକାର ମଧ୍ୟ କଲେ । କିନ୍ତୁ ଏବେ ବିଜେଡି ସରକାରଙ୍କ ଗୁମାସ୍ତା ନିଜ ପରାଜୟକୁ ସ୍ୱୀକାର କରିପାରୁନାହାଁନ୍ତି । ତେଣୁ ରାଜ୍ୟବାସୀଙ୍କୁ ଏଣୁତେଣୁ କଥା କହି ବିଭ୍ରାନ୍ତ କରୁଛନ୍ତି’ ବୋଲି କହିଛନ୍ତି ମନମୋହନ ସାମଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/22-14.jpg)