କନକ ବ୍ୟୁରୋ : ରାଜ୍ୟରେ ଅନୁସୁଚିତ ଜାତି ଓ ଜନଜାତିଙ୍କୁ ଅବହେଳା କରାଯାଉଥିବା ନେଇ ବିଜେପି ଅଭିଯୋଗ ଆଣିଛି । ଓଡ଼ିଶାରେ ୬୨ଟି ଜନଜାତି ବସବାସ କରନ୍ତି । ୧୩ ପ୍ରକାର ଆଦିମ ଜନଜାତି ଅଛନ୍ତି । ବିଭିନ୍ନ ଯୋଜନାରେ କେନ୍ଦ୍ର ଆଦିବାସୀଙ୍କ ଉନ୍ନତି କରୁଛି । ଏପରିକି ସମ୍ବିଧାନର ପଂଚମ ଅନୁଚ୍ଛେଦରେ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରାଯାଇଛି । କିନ୍ତୁ ରାଜ୍ୟରେ ଅନୁସୁଚିତ ଜାତି ଲୋକଙ୍କୁ ସେମାନଙ୍କ ଅଧିକାର ମିଳୁନାହିଁ । ଆଦିମ ଜନଜାତି ବସବାସ କରୁଥିବା ଜିଲ୍ଲା ଗୁଡ଼ିକୁ ଆକାଂକ୍ଷୀ ଜିଲ୍ଲା କରାଯାଉଛି । ସେଠାରେ ବିଭିନ୍ନ ମାଇକ୍ରୋ ପ୍ରକଳ୍ପ ଚାଲିଛି । କେନ୍ଦ୍ର ସରକାର ୭୨୦ କୋଟି ବ୍ୟୟ ବରାଦ କରିଛନ୍ତି । ବ୍ୟାପକ ଅର୍ଥ କେନ୍ଦ୍ରରୁ ଆସୁଛି । କିନ୍ତୁ ହିତାଧିକାରୀଙ୍କ ପାଖରେ ପହଂଚି ପାରୁନଥିବା ବିଜେପି ଅଭିଯୋଗ କରିଛି । ଅନୁସୁଚିତ ଜନଜାତିଙ୍କୁ ପୋଲିସ ଠାରୁ ନ୍ୟାୟ ମିଳିବାରେ ଓଡ଼ିଶା ଏକ ନମ୍ବର ବୋଲି ବିଜେପି ଅଭିଯୋଗ କରିଛି ।

Advertisment

୧୯୭୨ ମସିହାରୁ ପ୍ରଥମେ ବଣ୍ଡା ଡ଼େଭେଲପମେଣ୍ଟ ଏଜେନ୍ସି ମଧ୍ୟମରେ ଆସୁଛି । ବ୍ୟାପକ ଅର୍ଥ କେନ୍ଦ୍ରରୁ ଆସୁଛି । କିନ୍ତୁ ହିତାଧିକାରୀଙ୍କ ପାଖକୁ ପହଞ୍ଚିପାରୁନାହିଁ । ଜଙ୍ଗଲ, ଜଳ ଓ ଜମି ମୂଳ ଆଧାର । ୧୯୯୬ରୁ ପେସା ଆଇନ ଗଠନ ହୋଇଛି । କିନ୍ତୁ ରାଜ୍ୟରେ ପେଶା ଆଇନ ପାଳନ କରାଯାଉନାହିଁ । ଅନୁସୂଚିତ ଜନଜାତିର ୯୫ % ମହିଳା ରକ୍ତ ହୀନତା ଓ ୬୫ % ପ୍ରତିଶତ ଶିଶୁ ପୁଷ୍ଟିହୀନତାର ଶିକାର । ଆଦିବାସୀ ଅଧ୍ୟୁଷିତ ଗାଁକୁ ରାସ୍ତା ନାହିଁ । ଅନୁସୂଚିତ ଜନଜାତିଙ୍କୁ ପୋଲିସ ଠାରୁ ନ୍ୟାୟ ନମିଳିବାରେ ଓଡିଶାରେ ଦେଶରେ ଏକ ନମ୍ବର । ମୋହନ ମାଝି ମଧ୍ୟ ବିଦ୍ବେଷ ଓ ହିଂସାର ଶିକାର ହୋଇଛନ୍ତି । ଶାସକ ଦଳର ନେତା ଏଭଳି କରିଥିବା ନେଇ ସୋସିଆଲ ମିଡିଆରେ ଅଡିଓ ଭାଇରାଲ ହେଲା । ଜିଲ୍ଲା ପୋଲିସ ଓ ପ୍ରଶାସନ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଲା । ମୋହନ ମାଝିଙ୍କୁ ଯେଉଁ ଶାସକ ଦଳ ନେତା ବେଇଜତ କରିଛନ୍ତି । ତାଙ୍କର କଲ ରେକେର୍ଡ଼ କାହିଁକି ଯାଞ୍ଚ କରାଗଲା ନାହିଁ ।

କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମଧ୍ୟ ବେଇଜତ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ବୈଠକ କରିବେ ହେଲେ ସେଥିରେ ଅଧିକାରୀ ମାନେ ଉପସ୍ଥିତ ରହିବେ ନାହିଁ । ସରକାର ତଳିଆ କର୍ମଚାରୀ ମାନଙ୍କୁ ବ୍ୟବହାର କରି ଆଦିବାସୀ ମନ୍ତ୍ରୀ ଓ ବିଧାୟକ ମାନଙ୍କୁ ବେଇଜତ କରୁଛନ୍ତି । ଅକ୍ଟୋବର ୧୦ ତାରିଖରେ ବୋମା ମାଡ଼ ହୋଇଥିଲା । ଏଥିରେ ଆଦିବାସୀ ହିସାବରେ ନିର୍ଯାତନା ଦିଆଯାଇଛି । ସରକାରୀ ଦଳର ନେତା ମାନଙ୍କୁ ପୋଲିସ ସୁରକ୍ଷା ଦେଉଛି । ବିଜେଡ଼ି ନେତାଙ୍କ ଚାପରେ ଖଣି ବ୍ୟବସାୟ କଥା ବୁଝୁଛନ୍ତି ସରକାରୀ ଅଧିକାରୀ । ରାଜା ଚକ୍ରଙ୍କୁ ସୁରକ୍ଷା ଦେଉଛନ୍ତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ।