ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମାଲାକାନଗିରିରେ କେନ୍ଦ୍ରମନ୍ତ୍ରୀଙ୍କୁ ଓଡିଶା ପୁଲିସର ସୁରକ୍ଷା ଯୋଗାଇ ନଦେବା ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଛି ବିଜେପି । ଆଜି ରାଜ୍ୟ ବିଜେପି ପକ୍ଷରୁ ଏକ ନେଇ ଏକ ପ୍ରେସମିଟ୍ କରାଯାଇଛି । ଧର୍ମେନ୍ଦ୍ରଙ୍କୁ ସୁରକ୍ଷା ଯୋଗାଇନଦେବା ଦୁର୍ଭାଗ୍ୟଜନକ ।

Advertisment

କେନ୍ଦ୍ରମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇଦେବାକୁ ଚିଠି ଲେଖାଯାଇଥିଲା । ପ୍ରୋଟୋକଲ ଅନୁସାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୁରକ୍ଷା ଯୋଗାଇଦେବା କଥା । କିନ୍ତୁ ରାଜ୍ୟ ପୁଲିସ ପକ୍ଷରୁ କୌଣସି ସୁରକ୍ଷା ଯୋଗାଇ ଦିଆଯାଇନାହିଁ ।

ରାଜ୍ୟ ସରକାର ଦୋଷ ଲୁଚାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛି ବିଜେପି । ଜାପାନୀ ଜ୍ୱର ନେଇ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ପର୍ଯ୍ୟାପ୍ତ ନୁହଁ । ପୁଲିସ ସୁରକ୍ଷା ନେଦବାରୁ ବି.ଏସ.ଏଫ ଯବାନଙ୍କ ସୁରକ୍ଷାରେ ପାଲକୋଣ୍ଡା ଯାଇଥିଲେ ବିଜେପି ଟିମ୍ । ବିଭିନ୍ନ ପ୍ରଭାବିତ ଅଂଚଳ ବୁଲିବା ସହ ଆକ୍ରାନ୍ତ ଶିଶୁଙ୍କୁ ଭେଟିଥିଲେ ।