ସିଏଜି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ରାସ୍ତା ନିର୍ମାଣ କାର୍ଯ୍ୟରେ ଅର୍ଥ ଆତ୍ମସାତ ହେଉଥିବା ଅଭିଯୋଗ

Advertisment
ସିଏଜି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ରାସ୍ତା ନିର୍ମାଣ କାର୍ଯ୍ୟରେ ଅର୍ଥ ଆତ୍ମସାତ ହେଉଥିବା ଅଭିଯୋଗ

କନକ ବ୍ୟୁରୋ: ସିଏଜି ରିର୍ପୋଟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ବିଜେପି ଅଭିଯୋଗ କରିଛି- ସରକାର ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ବଜେଟ କରିଥିଲେ । ୧୩ ହଜାର ୩୬୭ କୋଟି ରାଜସ୍ୱ ଅଧିକ ଆଦାୟ ହୋଇଥିବା ରାଜ୍ୟ ସରକାର ଦେଖାଇଛନ୍ତି । ତେବେ ୧୨ ହଜାର ୧୩୦ କୋଟି ମାର୍କେଟରୁ ସରକାର କାହିଁକି ଋଣ କରିଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି । ଚାଷ କ୍ଷେତ୍ରରେ ୯୪୬ କୋଟି ଟଙ୍କା ଓ ମହିଳା, ଶିଶୁ ବିକାଶ କ୍ଷେତ୍ରରେ ୯୨୨ କୋଟି ଟଙ୍କା କେନ୍ଦ୍ର ସରକାରକୁ ଫେରାଇଛନ୍ତି । ସେହିଭଳି ସ୍ୱାସ୍ଥ୍ୟ କ୍ଷେତ୍ରରେ ୩୮୧ କୋଟି ଟଙ୍କା ଫେରସ୍ତ କରାଯାଇଛି ।

publive-image

ରାଜ୍ୟସରକାର ସାମାଜିକ କ୍ଷେତ୍ରରେ ଟଙ୍କା ଖର୍ଚ କରିବାରେ ଇଛୁକ ନୁହେଁ ବୋଲି ଏଥିରୁ ଜଣାପଡୁଥିବା ବିଜେପି ଅଭିଯୋଗ କରିଛି । କିନ୍ତୁ ପୂର୍ତ ବିଭାଗ ପରି ବିଭାଗ ଯେଉଥିଁରେ ବ୍ୟାପକ ହରିଲୁଟ କରିହେବ ସେଥିରେ ବ୍ୟାପକ ଖର୍ଚ୍ଚ କରୁଛନି ସରକାର ।ପୂର୍ତ ବିଭାଗର ୧୦୦ କିଲୋମିଟର ରାସସ୍ତା ପାଇଁ ୨୨୯ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ମାତ୍ର ୪୮ କିଲୋମିଟର ରାସ୍ତତ ହୋଇଛି । ଚିଟଫଣ୍ଡ ପାଇଁ ହୋଇଥିବା କର୍ପସ ଫଣ୍ଡ, ଆଳୁ ମିଶନ, କାଜୁ ଚାଷର ଉନ୍ନତୀକରଣ, ମାଲେରିଆ ନିରାକରଣ ପାଇଁ ସରକାର ଟଙ୍କାଟିଏ ଖର୍ଚ୍ଚ କରିନାହାନ୍ତି ବୋଲି ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe