ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ରାଜ୍ୟ ସରକାର ଓ ଜିଲ୍ଳାପ୍ରଶାସନକୁ ଦାୟୀ କଲା ବିଜେପି । ଫାଇଭଟି ଓ ମୋ ସରକାର ଉପରେ ପ୍ରଶ୍ନ ଉଠାଇଲେ ଲେଖାଶ୍ରୀ

ଏସପି ନଭେଟିବାରୁ ନିରୁତ୍ସାହିତ ହୋଇ ଦେହରେ ନିଆଁ ଲଗାଇଥିବା ଅଭିଯୋଗ ଆଣିଲା ବିଜେପି

451

କନକ ବ୍ୟୁରୋ: ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ଉଭୟ ରାଜ୍ୟ ସରକାର ଓ ଜିଲ୍ଳା ପ୍ରଶାସନକୁ ଦାୟୀ କଲା ବିଜେପି । ଏସପି ନଭେଟିବାରୁ ନିରୁତ୍ସାହିତ ହୋଇ ଦେହରେ ନିଆଁ ଲଗାଇଥିବା ଅଭିଯୋଗ ଆଣିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ଫାଇଭଟି ଓ ମୋ ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି । ବିଜେଡି ନେତ୍ରୀ ଆତ୍ମହୁତି ଦେଉଛନ୍ତି ହେଲେ ବିଜେଡି ଚୁପ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ତଦନ୍ତ କରନ୍ତୁ ବୋଲି ଲେଖାଶ୍ରୀ ଦାବି କରିଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ବ୍ରହ୍ମପୁର ଏସପିଙ୍କ ଅଫିସ ସାମନାରେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର । ଗୁରୁତର ଅବସ୍ଥାରେ ସେ ବର୍ତ୍ତମାନ ଏମକେସିଜିରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଗତ ୨୮ ତାରିଖରେ ମିନାକ୍ଷୀଙ୍କ ଘର ସମ୍ମୁଖରେ ବାଇକ ପାର୍କିଂକୁ ନେଇ ଗଣ୍ଡଗୋଳ ହୋଇଥିଲା । ଯେଉଁଥିରେ ତାଙ୍କ ପୁଅ ରାଜା ମିଶ୍ରଙ୍କର ୪ ଜଣଙ୍କ ସହ ଗଣ୍ଡଗୋଳ ହୋଇଥିଲା । ଆଉ ଏହାର ଭିଡିଓ ଭାଇରାଲ ହେବା ପରେ ଉଭୟ ପକ୍ଷର ଏତଲା କ୍ରମେ ପୁଲିସ ୫ ଜଣଙ୍କୁ ଗିରଫ କରିଥିଲା । ଏନେଇ ଏସପିଙ୍କୁ ଭେଟିବାକୁ ମିନାକ୍ଷୀ ଗତକାଲି ଏସପିଙ୍କ ଅଫିସକୁ ଯାଇଥିଲେ । ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତଦେଖାକରି ନପାରିବାରୁ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ ।

Comments are closed.