ଚାଷୀଙ୍କ ସମସ୍ୟା ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେପି : ଆସନ୍ତା ଜୁଲାଇ ୧ ଏବଂ ୨ତାରିଖରେ ହେବ ଆନ୍ଦୋଳନ

148

କନକ ବ୍ୟୁରୋ : ମୋଦି ସରକାର ତାଙ୍କ ବିକାଶ ଏଜେଣ୍ଡାର ଓଡ଼ିଶାକୁ ଫୋକସ କରିଛନ୍ତି । କିନ୍ତୁ ଯେଉଁ କେନ୍ଦ୍ରୀୟ ଅର୍ଥ ଅନୁଦାନ ଆସୁଛି ତାହା ତଳ ସ୍ତରରେ ପହଂଚିପାରୁନି ବୋଲି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ଚାଷୀ ଏଠି ଅବହେଳିତ । ପ୍ରତିବର୍ଷ ଫସଲର ସହାୟକ ମୂଲ୍ୟ ବଢ଼ୁଛି । କିନ୍ତୁ ଚାଷୀ ପାଇପାରୁନାହିଁ ।

ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଜାରି ରହିଛି । ସମବାୟ ବିଭାଗ ଓ ଯୋଗାଣ ବିଭାଗ ସମସ୍ୟାର ସମଧାନ କରୁନାହାନ୍ତି । ସାର ଠାରୁ କୀଟନାଶକ ଚାଷୀ ପାଖରେ ପହଂଚି ପାରୁନାହିଁ । ଟୋକନ ବ୍ୟବସ୍ଥାକୁ ନେଇ ଅନେକ ଅଭିଯୋଗ ଆସୁଛି । ବିଜେପି ପକ୍ଷରୁ ଅଭିଯୋଗ ହେବା ପରେ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସି ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲେ । ଯାହା ପାଇଁ ଆଗାମୀ ଜୁଲାଇ ୧ ଓ ୨ ତାରିଖରେ ଓଡ଼ିଶାର ଚାଷୀ ମଣ୍ଡି ଓ ସିଏସଓ ଅଫିସ ଘେରାଉ କରିବ ।