ଶାହାଙ୍କ ଟାର୍ଗେଟରେ ରାଜ୍ୟ ସରକାର । ବିଜେଡି ସରକାର ହଟାଇ ‘ପଦ୍ମ’ ଫୁଟାଇବାକୁ ଦେଲେ ଆହ୍ୱାନ

204

କନକ ବ୍ୟୁରୋ: ୨୦୧୯ ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବା ବେଳେ ବିଜେପି ଫୋକସରେ ରହିଛି ଓଡିଶା । ନିକଟରେ ଓଡିଶା ଗସ୍ତରେ ଆସିଥିବା ଦଳର ମୁଖିଆ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ନିର୍ବାଚନୀ ସଭାରେ ରାଜ୍ୟ ସରକାରଙ୍କ ଉପରେ ରହିଥିବା ଆକ୍ରମଣାତ୍ମକ ମନୋଭାବରୁ ସ୍ପଷ୍ଟ ବାରିହୋଇଯାଉଥାଏ କି ବିଜେପିର ଫୋକସରେ ବର୍ତ୍ତମାନ ଓଡିଶା ରହିଛି । ସେହିଭଳି ଆଜି ଦିନିକିଆ ଓଡିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଅମିତ ଶାହାଙ୍କଠାରେ ମଧ୍ୟ ଅନୁରୁପ ଭାବନା ଦେଖିବାକୁ ମିଳିଛି । ଓଡିଶାରେ ପାଦ ରଖୁ ରଖୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଦେଇଥିଲେ ଶାହା ।

ଗଜପତି କାଶୀନଗର ବିଜୟ ସଂକଳ୍ପ ସମାବେଶରେ ଶାହା ସିଧାସଳଖ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ଶାହା । ଭାଷଣ ଆରମ୍ଭରୁ ନବୀନଙ୍କ ଉପରେ ବର୍ଷିଥିଲେ ଶାହା । ଉତ୍କଳ ଦିବସ ଉପଲକ୍ଷେ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଥିବା ସହ ଏଠିକାର ମୁଖ୍ୟମନ୍ତ୍ରୀ ଓଡିଆ କହିପାରୁନାହାନ୍ତି ବୋଲି କଟାକ୍ଷ କରିଛନ୍ତି ଶାହା । ନବୀନ ୧୯ ବର୍ଷ ଶାସନ କଲେ କିନ୍ତୁ ବିକାଶ ପାଇଁ କିଛି କାମ କରିନାହାନ୍ତି ବୋଲି ଶାହା ଅଭିଯୋଗ ଆଣିଛନ୍ତି । ୨୦୧୯ ନିର୍ବାଚନ ଦେଶ ଏବଂ ଓଡିଶାର ଭାଗ୍ୟ ନିର୍ଧାରଣ କରିବ । ଦେଶରେ କାହାର ଏବଂ ଭୁବନେଶ୍ୱରରେ କାହାର ସରକାର ହେବ ତାହା ସ୍ଥିର କରିବ । ସମସ୍ତ ସ୍ଥାନରେ ବିଜେପି ସରକାର କରିବ ବୋଲି ଲୋକ କହୁଛନ୍ତି । ମୋଦୀଙ୍କ ନାମ ପରିବର୍ତନ ହେଉନାହିଁ । ନବୀନଙ୍କ ସରକାରଙ୍କୁ ହଟାଇ ଓଡିଶାରେ ପଦ୍ମ ଫୁଟାଇବାକୁ ଆହ୍ୱାନ ଦେଇଛନ୍ତି ଶାହା ।

ଖାଲି ଏତିକି ନୁହେଁ ଓଡିଶାରେ ରୋଜଗାର ନପାଇ ଯୁବକମାନେ ବାହାରକୁ ଯାଉଛନ୍ତି । ବିଜେପି ସରକାର ଆସିଲେ ଓଡିଆ ଯୁବକ ବାହାରକୁ ଯିବେ ନାହିଁ । ରାଜ୍ୟରେ ମୋଦୀଙ୍କ ପ୍ରଧାନମନ୍ତ୍ରୀ ହେବା ପରେ ବହୁ ବିକାଶ ମୂଳକ ଯୋଜନା ଆରମ୍ଭ ହୋଇଛି । କିନ୍ତୁ ଓଡିଶା ସରକାର ତାକୁ ଗ୍ରହଣ କରୁନାହାଁନ୍ତି । ବିଜେଡି ଏଠାରେ ଶାସନ କରୁଛି । ଆଦିବାସୀ ଲୋକଙ୍କ ପଟ୍ଟା ଦେଇପାରୁ ନାହିଁ, ମହେନ୍ଦ୍ରତନୟା ଏବଂ ବଂଶଧରା ଯୋଜନା ଫେଲ ମାରିଛି, ରାୟଗଡାରୁ ପାରଳାଖେମୁଣ୍ଡି ଯାଏଁ ଜଳସେଚନ ଫେଲ ହୋଇଛି । ଗଜପତିରେ ଜନଜାତିଙ୍କୁ ମଧ୍ୟ ଉପେକ୍ଷା କରିଛି । ଶୁଦ୍ଧ ପାଣି ଯୋଗାଇବାରେ ମଧ୍ୟ ନବୀନ ସରକାର ବିଫଳ ବୋଲି ବର୍ଷିଛନ୍ତି ଅମିତ ଶାହା ।

ସେହିଭଳି ଓଡିଶାମାଟିରୁ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବା ସହ ଓଡିଶାର ବିକାଶ ଡବଲ୍ ଇଂଜିନର ସରକାର ଆଣିବାକୁ ଶାହା ଆହ୍ୱାନ ଦେଇଛନ୍ତି । ଶାହା କହିଛନ୍ତି କି, ରାହୁଲ ଗାନ୍ଧି ଆଜିକାଲି ଓଡିଶାକୁ ପରିବର୍ତ୍ତନ କରିବାକୁ ଆସୁଛନ୍ତି । ସୋନିଆ ଏବଂ ମନମୋହନ ୧୦ ବର୍ଷ ସରକାରରେ ଥିଲେ କିନ୍ତୁ କଂଗ୍ରେସ ସରକାର ଓଡିଶାକୁ ୮୦ହଜାର କୋଟି ଦେଇଥିଲା । ହେଲେ ମୋଦୀ ସରକାର ୫ବର୍ଷରେ ୫ଲକ୍ଷ ୫୬ହଜାର ୫୬୫କୋଟି ଟଙ୍କା ଦେଇଛନ୍ତି । ରେଳବାଇ ପାଇଁ ୪୩ହଜାର କୋଟି, ଜଳମାର୍ଗ ପାଇଁ ୨୦୦୦କୋଟି, ଅମୃତ ଯୋଜନା ପାଇଁ ୧୫୯୦ ଏବଂ ସାଗରମାଳା ପାଇଁ ୨୫ହଜାର କୋଟି ଟଙ୍କା ପ୍ରଦାନ ହୋଇଛି । ସେହିଭଳି ଉଜ୍ଜଳା ଯୋଜନାରେ ଗରିବ ମହିଳାଙ୍କୁ ମାଗଣା ଗ୍ୟାସ ମିଳିଛି । ୪୮ଲକ୍ଷ ମହିଳାଙ୍କୁ ଓଡିଶାରେ ମାଗଣା ଗ୍ୟାସ ମିଳିଛି । ତେବେ ଓଡିଶାକୁ ଏକ ଯୁବ ମୁଖ୍ୟମନ୍ତ୍ରୀ ଦରକାର ରହିଛି । ବିକାଶର ରାସ୍ତାକୁ ନେବା ଭଳି ମୁଖ୍ୟମନ୍ତ୍ରୀ ଦରକାର । ଦେଶ ଏବଂ ରାଜ୍ୟରେ ଡବଲ ଇଂଜିନର ସରକାର ଆଣିବାକୁ ଅମିତ ଶାହା ଆହ୍ୱାନ ଦେଇଛନ୍ତି ।