ଜେପି ନଡ୍ଡାଙ୍କ ଓଡିଶା ଗସ୍ତର ଆଜି ଦ୍ୱିତୀୟ ଦିନ : ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ

44

କନକ ବ୍ୟୁରୋ : ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶୁକ୍ରବାର ଦ୍ୱିତୀୟ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଏହା ପରେ ସେ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ଭଦ୍ରକ ଜିଲ୍ଲା ତିହିଡିକୁ ହେଲିକପ୍ଟର ଯୋଗ ଯିବେ । ପୂର୍ବାହ୍ନ ସାଢ଼େ ୧୦ଟାରେ ଏସଭିନିରତାରର ୧୦୦ ଶଯ୍ୟା ବିଶିଷ୍ଟ ନୂତନ କୋଠାର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ବାହାରି ଜନତା ମଇଦାନରେ ଆୟୋଜିତ ସଂଯୁକ୍ତ ମୋର୍ଚ୍ଚା ସମାବେଶକୁ ଯିବେ ।

ଏହା ପରେ ଅପରାହ୍ନ ସାଢ଼େ ୫ଟାରେ ୟୁନିଟ-୯ ସ୍ଥିତ ୱାର୍ଡ ନମ୍ବର ୨୯ରେ ବୁଥ ବୈଠକରେ ଯୋଗ ଦେଇ ସନ୍ଧ୍ୟା ୭ଟାରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ଗୁରୁବାର ଭୁବନେଶ୍ୱରରେ ପହଂଚିବା ପରେ ନଡ୍ଡାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିମାନବନ୍ଦରରୁ ତାଙ୍କୁ ଏକ ବିଶାଳ ବାଇକ ରାଲିରେ ନିଆଯାଇଥିଲା । ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ବିଜେପିର ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ନଡ୍ଡା ଉଭୟ ବିଜେଡି ଓ କଂଗ୍ରେସ ଉପରେ ଖୁବ୍ ବର୍ଷିଥିଲେ । ୨୦୧୯ ଭଳି ୨୦୨୪ ନିର୍ବାଚନରେ ଡବଲ୍ ଇଞ୍ଜିନର ସରକାର ଗଠନ କରିବାକୁ ଆହ୍ୱାନ ଦେଇଥିଲେ । ଦିନତମାମ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ପୁରୀ ଗସ୍ତ କରିଥିଲେ ।