ବଳ ସାଉଁଟୁଛି ବିଜେପି ! ୨ରେ ବଡ ଧରଣର ଶକ୍ତି ପ୍ରଦର୍ଶନ ପାଇଁ ଦଳ ପ୍ରସ୍ତୁତ

Advertisment
ନବୀନଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ବିଜେପିର ଟାର୍ଗେଟ୍ ! ସମୀର ମହାନ୍ତି କହିଲେ, ଖସିଯାଇଥିବା ଲୋକପ୍ରିୟତା ବଂଚାଇବାକୁ ହେଉଛି ପ୍ରୟାସ

Image Cpurtesy : http://newsodisha.in

କନକ ବ୍ୟୁରୋ : ବିଜେପିର ମିଶନ ବିଜେପୁର । ୨ ତାରିଖରେ ପତିଆରା ଦେଖାଇବାକୁ ପ୍ରସ୍ତୁତି । ପଂଚାୟତ ନିର୍ବାଚନରେ ଦଳ ଦେଖାଇଥିବା ଦବଦବା ବିଜେପୁରରେ ଦୋହରାଇବାକୁ ଦଳ ଅଂଟା ଭିଡିଛି । ମାଧ୍ୟମ କରିଛି, ଶକ୍ତି ପ୍ରଦର୍ଶନକୁ । ବିଜେଡି ବିରୋଧରେ ମୁହଁ ଖୋଲିଥିବା ଅଶୋକ ପାଣିଗ୍ରାହୀଙ୍କୁ ଦଳରେ ମିଶାଇବାକୁ ଆୟୋଜନ କରୁଛି ମିଶ୍ରଣ ପର୍ବ । ୨୫ ହଜାର କର୍ମକର୍ତ୍ତାଙ୍କୁ ନେଇ ବିଜେପୁର ଦଖଲ ଅଭିଯାନ ଆରମ୍ଭ କରିବାକୁ ଦଳ ବ୍ଲୁ-ପ୍ରିଂଟ କରିଛି । ଉଭୟ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ସାମିଲ ହେବେ ବୋଲି ଦୃଢୋକ୍ତି ଦେଖାଇଛନ୍ତି ନେତା ।

ବିଜେପି ପାଇଁ ବିଜେପୁର ଏବେ ଅଡୁଆ ସୁତାର ଖିଅ ହୋଇଛି । ଗୋଟିଏ ପଟେ ଦଳ ଅଶୋକ ପାଣିଗ୍ରାହୀଙ୍କୁ ମିଶାଇ ବିଜେପୁର ଦଖଲ କରିବାକୁ ଉଦ୍ୟମ କରୁଥିବା ବେଳେ, ଅନ୍ୟପଟେ ସ୍ଥାନୀୟ ସ୍ତରର ନେତା ବିରୋଧ ଆରମ୍ଭ କରିଛନ୍ତି । ଏହାରି ଭିତରେ କିନ୍ତୁ ଦଳ ୨ କେନ୍ଦ୍ରମନ୍ତ୍ରୀ, ସ୍ଥାନୀୟ ନେତାଙ୍କୁ ଧରି ୨ ତାରିଖରେ ମିଶ୍ରଣ ପର୍ବ କରୁଛନ୍ତି । ଅନୁମାନ କରାଯାଉଛି, ଏହା ମାଧ୍ୟମରେ ଦଳ ମାନଭଂଜନର ଉଦ୍ୟମ କରିବ ।

ବିଜେପୁର ବିଜୟ ପାଇଁ ତୃଣମୁଳ ସ୍ତରରେ ଯେତିକି ମାହୋଲ ଗରମ ହୋଇନି, ତାଠାରୁ ଢେର ତାତିଲା ପବନ ବହୁଛି ରାଜଧାନୀରେ । ଦାମ ରାଉତ୍ ସମାଲୋଚନା କରିଛନ୍ତି, ଜୁଏଲ ଓରାମ ଜବାବ ରଖିଛନ୍ତି । ବିଜେପୁର ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ଆସିନି, ହେଲେ ଏହି ସମ୍ମାନର ଲଢେଇରେ କେହି କାହାକୁ ହାଲକାରେ ନେବାକୁ ପ୍ରସ୍ତୁତ ନାହାନ୍ତି । ବିଜେଡି ଦଳ ଭିତରେ ମୁଣ୍ଡ ଟେକୁଥିବା ବିଦ୍ରୋହକୁ ପ୍ରଶମିତ କରିବାକୁ ଉଦ୍ୟମ କରୁଥିବା ବେଳେ ବିଜେପି ଅନ୍ତଦ୍ୱର୍ନ୍ଦ୍ୱ ଦୁରେଇବାକୁ ଚେଷ୍ଟା କରୁଛି । ଏହା ଭିତରେ କିନ୍ତୁ କଂଗ୍ରେସ ଚୁପ୍ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe