୨୦୨୪ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି: ହାରିଥିବା ଆସନ ପାଇଁ ହିସାବନିକାଶ କଲେ ନଡ୍ଡା ଓ ଶାହ, ପ୍ରସ୍ତୁତ ହେଉଛି ଆକ୍ସନ ପ୍ଲାନ

148

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି । ଓଡିଶାରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଦଳୀୟ ନେତାଙ୍କୁ ଟିପ୍ସ ଦେଇଥିବାବେଳେ ଦିଲ୍ଲୀରେ ବି ବିଜେପି ବଡ ବୈଠକ କରିଛି । ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡା ଓ ବିଜେପିର ରଣନୀତିକାର ଅମିତ ଶାହ ଉପସ୍ଥିତ ଅଛନ୍ତି । ବୈଠକରେ ଦଳର ବରିଷ୍ଠ ନେତା ବି ଉପସ୍ଥିତ ଅଛନ୍ତି । ଏଥିରେ ମୁଖ୍ୟତଃ ୨୦୧୯ରେ ଯେଉଁ ୧୪୪ଟି ଲୋକସଭାରେ ଆସନରେ ବିଜେପି କମ ଭୋଟ ବ୍ୟବଧାନରେ ହାରିଥିଲା , ସେହି ସିଟଗୁଡିକ ଉପରେ ଫୋକସ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଏହି ଆସନରେ ଭଲ ଗ୍ରାଉଣ୍ଡ ୱାର୍କ କରାଯାଇପାରିଲେ ଦଳ ୨୦୨୪ରେ ଭଲ ପ୍ରଦର୍ଶନ କରିପାରିବ ବୋଲି ଆଶା ରଖିଛି । ୨୦୧୯ରେ ଏହି ୧୪୪ ଆସନରେ ଦଳ ଦ୍ୱିତୀୟ ସ୍ଥାନରେ ଥାଇ କମ ଭୋଟ ବ୍ୟବଧାନରେ ହାରିଥିଲା । ବୈଠକରେ କିଛି ମନ୍ତ୍ରୀ ବି ଯୋଗଦେଇଛନ୍ତି , ଆଉ ଏମାନଙ୍କୁ ୨ରୁ ୩ଟି ଲେଖାଁଏ ନିର୍ବାଚଳ ମଣ୍ଡଳୀର ଦାୟିତ୍ୱ ଦିଆଯାଇପାରେ । ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ବି ଉପସ୍ଥିତ ଅଛନ୍ତି ।

ବିଜେପି–ଡିଏସକେ
– ୧୪୪ ହାରିଥିବା ଆସନ ଉପରେ ବିଜେପିର ଫୋକସ
– ଅଳ୍ପ ଭୋଟ ବ୍ୟବଧାନରେ ଏହି ଆସନଗୁଡିକରେ ହାରିଛି ବିଜେପି
– କମ ଭୋଟରେ ଦ୍ୱିତୀୟ କିମ୍ବା ତୃତୀୟ ସ୍ଥାନରେ ଥିଲା ବିଜେପି
– ଏହି ଆସନଗୁଡିକରେ ବୁଥସ୍ତରରେ ସଙ୍ଗଠନକୁ ମଜଭୁତ କରିବା ଉପରେ ଜୋର
– ବରିଷ୍ଠ ମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରସ୍ତୁତ ହେଲା ଆକ୍ସନ ପ୍ଲାନ
-ପ୍ରତ୍ୟେକ ମନ୍ତ୍ରୀଙ୍କୁ ଦିଆଯାଇଛି ୨ରୁ ୩ ନିର୍ବାଚନମଣ୍ଡଳୀର ଦାୟିତ୍ୱ
-ଏହି ନିର୍ବାଚନମଣ୍ଡଳୀଗୁଡିକକୁ ସଂପୃକ୍ତ ମନ୍ତ୍ରୀମାନେ ଗସ୍ତକରି ଫିଡବ୍ୟାକ ନେଇଛନ୍ତି
-ଗ୍ରାଉଣ୍ଡ ରିପୋର୍ଟକୁ ଭିତି କରି ପ୍ରସ୍ତତ କରାଯିବ ବ୍ଲୁ ପ୍ରିଣ୍ଟ
-୨୦୧୯ ନିର୍ବାଚନରେ ୫୪୩ ଆସନରୁ ବିଜେପି ଜିତିଥିଲା ୩୦୩ ଆସନ
-ବହୁ ବର୍ଷ ପରେ କୌଣସି ରାଜନୈତିକ ଦଳକୁ ମିଳିଥିଲା ବହୁମତ
-ନୀତୀଶ କୁମାରଙ୍କ ପ୍ଲାନକୁ ଚେକ୍ ଦେବା ପାଇଁ ୧୪୪ ଆସନରେ ବିଜେପିର ଫୋକସ
-ଦିଲ୍ଲୀରେ ନୀତୀଶ କୁମାର ବିଜେପି ବିରୋଧରେ ପ୍ରସ୍ତୁତ କରୁଛନ୍ତି ରଣନୀତି
-ରାହୁଲ ଗାନ୍ଧିଙ୍କ ସମେତ ବିରୋଧୀ ନେତାଙ୍କୁ ଭେଟୁଛନ୍ତି ନୀତୀଶ କୁମାର
-କାଲିଠାରୁ ରାହୁଲ ଗାନ୍ଧି ‘ଭାରତ ଯୋଡ’ ଯାତ୍ରା ଆରମ୍ଭ କରୁଛନ୍ତି
-ଶ୍ରୀନଗରରୁ କନ୍ୟାକୁମାରୀ ଯାଏଁ ଯିବ ଏହି ଯାତ୍ରା
-ବିରୋଧୀଙ୍କ ରଣନୀତିକୁ ଦୃଷ୍ଟିରେ ରଖି ହାରିଥିବା ଆସନ ଉପରେ ବିଜେପିର ହିସାବନିକାଶ