ସୋସିଆଲ ମିଡିଆରେ ରାଜନୈତିକ ଲଢେଇ । ପଞ୍ଚାୟତ  ନିର୍ବାଚନ ପୂର୍ବରୁ ବିଜେଡିର ପ୍ରସ୍ତୁୂତି

103

କନକ ବ୍ୟୁରୋ: ଫେସବୁକ୍, ଟୁଇଟର, ହ୍ୱାଟସଆପ୍ , ଇନଷ୍ଟା, ଟେଲିଗ୍ରାମ ଏହି ସବୁ ପ୍ଲାଟଫର୍ମ ଗୁଡିକ ରାଜନୀତି ଲଢ଼େଇର ହଟସ୍ପଟ ପାଲଟିଛି । ଏସବୁ ସୋସିଆଲ ମିଡିଆ ମାଧ୍ୟମରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଁଚିବା ପାଇଁ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି ।

ପରୀ, ମମିତା ଭଳି ଇସ୍ୟୁରେ ବିରେୀଧୀ ସରକାରଙ୍କୁ କେବଳ ରାଜରାସ୍ତାରେ ଟାର୍ଗେଟ କରୁ ନାହାଁନ୍ତି, ସୋସିଆଲ ମିଡିଆରେ ଜାରି ରଖିଛନ୍ତି ପ୍ରତିବାଦ । ଏହାକୁ କାଉଁଟର କରିବା ପାଇଁ ଯୁବ , ଛାତ୍ରଙ୍କୁ ଆୟୁଧ କରିବାକୁ ସ୍ୱତନ୍ତ୍ର ରଣନୀତି କରିଛି ବିଜେଡି । ଏଥିପାଇଁ ଭୁବନେଶ୍ୱରରେ ଛାତ୍ରଙ୍କୁ ନେଇ ଏକ କର୍ମଶାଳାର ଆୟୋଜନ କରିଛି ବିଜୁ ଜନତା ଦଳ । ସୋସିଆଲ ମିଡିଆକୁ କେମିତି ବ୍ୟବହହାର କରାଯିବ ସେନେଇ ଛାତ୍ରମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳର ବରିଷ୍ଠ ନେତା ।

୨୦୧୯ ସାଧାରଣ ନିର୍ବାଚନ ପରଠାରୁ ଏହି ଟ୍ରେଣ୍ଡ ଦେଶ ତଥା ରାଜ୍ୟରେ ଜୋରସୋରରେ ଚାଲିଛି ।  ଆଗକୁ ଓଡିଶାରେ ପଞ୍ଚାୟତ ଆଉ ପୌର ନିର୍ବାଚନ ଆସୁଥିବାରୁ ଏସବୁ ପ୍ଳାଟଫର୍ମକୁ ବ୍ୟବହାର କରି କିପରି ବିରୋଧୀକୁ ଚେକ ଦେଇହେବ ସେଥିପାଇଁ, ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି ।