କନକ ବ୍ୟୁରୋ: ଫେସବୁକ୍, ଟୁଇଟର, ହ୍ୱାଟସଆପ୍ , ଇନଷ୍ଟା, ଟେଲିଗ୍ରାମ ଏହି ସବୁ ପ୍ଲାଟଫର୍ମ ଗୁଡିକ ରାଜନୀତି ଲଢ଼େଇର ହଟସ୍ପଟ ପାଲଟିଛି । ଏସବୁ ସୋସିଆଲ ମିଡିଆ ମାଧ୍ୟମରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଁଚିବା ପାଇଁ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି ।
ପରୀ, ମମିତା ଭଳି ଇସ୍ୟୁରେ ବିରେୀଧୀ ସରକାରଙ୍କୁ କେବଳ ରାଜରାସ୍ତାରେ ଟାର୍ଗେଟ କରୁ ନାହାଁନ୍ତି, ସୋସିଆଲ ମିଡିଆରେ ଜାରି ରଖିଛନ୍ତି ପ୍ରତିବାଦ । ଏହାକୁ କାଉଁଟର କରିବା ପାଇଁ ଯୁବ , ଛାତ୍ରଙ୍କୁ ଆୟୁଧ କରିବାକୁ ସ୍ୱତନ୍ତ୍ର ରଣନୀତି କରିଛି ବିଜେଡି । ଏଥିପାଇଁ ଭୁବନେଶ୍ୱରରେ ଛାତ୍ରଙ୍କୁ ନେଇ ଏକ କର୍ମଶାଳାର ଆୟୋଜନ କରିଛି ବିଜୁ ଜନତା ଦଳ । ସୋସିଆଲ ମିଡିଆକୁ କେମିତି ବ୍ୟବହହାର କରାଯିବ ସେନେଇ ଛାତ୍ରମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳର ବରିଷ୍ଠ ନେତା ।
୨୦୧୯ ସାଧାରଣ ନିର୍ବାଚନ ପରଠାରୁ ଏହି ଟ୍ରେଣ୍ଡ ଦେଶ ତଥା ରାଜ୍ୟରେ ଜୋରସୋରରେ ଚାଲିଛି । ଆଗକୁ ଓଡିଶାରେ ପଞ୍ଚାୟତ ଆଉ ପୌର ନିର୍ବାଚନ ଆସୁଥିବାରୁ ଏସବୁ ପ୍ଳାଟଫର୍ମକୁ ବ୍ୟବହାର କରି କିପରି ବିରୋଧୀକୁ ଚେକ ଦେଇହେବ ସେଥିପାଇଁ, ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/11/vlcsnap-2021-11-10-20h15m25s417.png)