ଲକ୍ଷ୍ନୌରେ ବିଜେପିର ନିଆରା ଶୋଭାଯାତ୍ରା । ବୁଲଡୋଜରରେ ବସି ସହର ପରିକ୍ରମା କଲେ ବିଜେପି କର୍ମୀ ।

Advertisment
ଲକ୍ଷ୍ନୌରେ ବିଜେପିର ନିଆରା ଶୋଭାଯାତ୍ରା । ବୁଲଡୋଜରରେ ବସି ସହର ପରିକ୍ରମା କଲେ ବିଜେପି କର୍ମୀ ।

କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ବାଜିମାତ୍ କରିଛି ବିଜେପି । ଏଠାରେ ପୁଣିଥରେ ବିଜେପି ସରକାର ଗଢିବା ସୁନିଶ୍ଚିତ ହୋଇଛି । ସଂଖ୍ୟା ଗରିଷଠାତା ହାସଲ କରିବା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ ଦେଖିବାକୁ ମିଳିଛି । ଲକ୍ଷ୍ନୌ ସହରରେ ଦଳ ଏକ ଭିନ୍ନ ପ୍ରକାର ବିଜୟ ଉତ୍ସବ ପାଳନ କରିଛି । ଦଳୀୟ କର୍ମୀମାନେ ବୁଲ୍ଡୋଜର୍ ଚଢ଼ି ଶୋଭାଯାତ୍ରାରେ ବାହାରିଛନ୍ତି। ଫେବ୍ରୁଆରି ମାସରେ ନିର୍ବାଚନ ପ୍ରଚାର ବେଳେ ‘ବିଜେପି’ କର୍ମୀମାନେ ଯୋଗୀ ଆଦିତ୍ୟନାଥଙ୍କ ରାଲିରେ ଯୋଗ ଦେବା ବେଳେ ‘ବୁଲ୍ଡୋଜର୍ ବାବା ଜିନ୍ଦାବାଦ୍’ ବୋଲି ସ୍ଲୋଗାନ୍ ଦେଇଥିଲେ।

ହାତରେ ‘ବିଜେପି’ ପତାକା ଧରି କର୍ମୀମାନେ ବୁଲ୍ଡୋଜର୍ ଉପରେ ବସିଛନ୍ତି। କେତେକ କର୍ମୀ ବୁଲ୍ଡୋଜର୍ ଉପରେ ଠିଆ ହୋଇଥିବା ବେଳେ ଆଉ କେତେକ ବସିଛନ୍ତି। ଆହୁରି କେତେକ ବୁଲ୍ଡୋଜର ବ୍ଲେଡ୍ ଉପରେ ମଧ୍ୟ ବସିଛନ୍ତି। ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଚାର ଅଭିଯାନ ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବିଦ୍ରୂପ କରି ‘ବାବା ବୁଲ୍ଡୋଜର୍’ ବୋଲି ସମ୍ବୋଧନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe