କନକ ବ୍ୟୁରୋ : ଆଜି ବସିବ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ । ଭର୍ଚୁଆଲ ମାଧ୍ୟମରେ ହେବାକୁ ଥିବା ଏହି ବୈଠକ ୧୦ଟା ୪୫ରୁ ଆରମ୍ଭ ହୋଇ ୪ଟା ପର୍ଯ୍ୟନ୍ତ ଚାଲିବ । ରାଜ୍ୟ ବିଜେପି ସଭାପତି ସମୀର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପଂଚାୟତ ନିର୍ବାଚନ ନେଇ ଦଳର ରଣନୀତି ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।
ଗତ ଶନିବାର ବିଜେଡି ପକ୍ଷରୁ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ ପାଇଥିବା ବେଳେ ସମତାଳରେ ଭାରତୀୟ ଜନତା ପାର୍ଟି ମଧ୍ୟ କ୍ରିୟାଶୀଳ ହୋଇଛି । ପଂଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ପକ୍ଷରୁ ପଂଚାୟତ ନିର୍ବାଚନ ନେଇ ଏକ କମିଟି ଗଠନ କରାଯାଇଛି । ଗତ ପଂଚାୟତ ନିର୍ବାଚନର ଫଳାଫଳ ଏବଂ ଆଗାମୀ ପଂଚାୟତ ନିର୍ବଚନରେ ଦଳର ପ୍ରଦର୍ଶନ ସଂଭାବନାକୁ ନେଇ ଏହି ବୈଠକରେ ଆଲୋଚନା ହୋଇପାରେ । ଗତ ନିର୍ବାଚନ ଭଲ ପ୍ରଦର୍ଶନ କରିଥିବା ପଂଚାୟତ ଗୁଡ଼ିକରେ କିଭଳି ପ୍ରଦର୍ଶନ ଦୋହରାଯାଇପାରିବ ସେ ସମ୍ପର୍କରେ ଦଳ ଫୋକସ କରିବ ବୋଲି ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/2-27.jpg)