ବିଜେପି ସଂସଦୀୟ ଦଳ ବୈଠକରେ ନିଜ ସାଂସଦଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ , ଅନୁପସ୍ଥିତ ଥିବା ସାଂସଦଙ୍କୁ ଚେତାବନୀ

Advertisment
ବିଜେପି ସଂସଦୀୟ ଦଳ ବୈଠକରେ ନିଜ ସାଂସଦଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ , ଅନୁପସ୍ଥିତ ଥିବା ସାଂସଦଙ୍କୁ ଚେତାବନୀ

କନକ ବ୍ୟୁରୋ : ବିଜେପି ସଂସଦୀୟ ଦଳ ବୈଠକରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ଶୀତକାଳୀନ ଅଧିବେଶନରେ ଯୋଗ ଦେଇନଥିବା ନିଜ ଦଳର ସାଂସଦମାନଙ୍କୁ ଚେତାବନୀ ଦେଇଛନ୍ତି । ଏହାସହ ଆଗାମୀ ବର୍ଷ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନେଇ ଦଳର ନେତାମାନଙ୍କୁ ବି ଗୁରୁମନ୍ତ୍ର ଦେଇଛନ୍ତି । ସଂସଦୀୟ ମାମଲାର ମନ୍ତ୍ରୀ ପ୍ରହ୍ଲାଦ ଯୋଷୀ ବୈଠକ ପରେ କହିଛନ୍ତି କି, “ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ସଂସଦ କ୍ରୀଡା ପ୍ରତିଯୋଗିତା, ଶିଶୁ ପ୍ରତିଯୋଗିତି ଏବଂ ସୂର୍ଯ୍ୟ ନମସ୍କାର ପ୍ରତିଯୋଗିତା କରିବାକୁ ଆହ୍ୱାନ ଦେଇଛନ୍ତି । ଏହାସହ ଯେଉଁମାନେ ପଦ୍ମ ପୁରସ୍କାର ପାଇଛନ୍ତି ସେମାନଙ୍କୁ ନେଇ ଏକ ଲାଇଭ ପୋଗ୍ରାମ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି ।”

ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ପାର୍ଟିର ସମସ୍ତ ସାଂସଦମାନଙ୍କୁ ସଂସଦରେ ଉପସ୍ଥିତ ରହି ସଂସଦ କାର୍ଯ୍ୟରେ ସକ୍ରିୟ ଭାଗିଦାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଯେଉଁ ସାଂସଦମାନେ ସଂସଦରେ ଅନୁପସ୍ଥିତ ରହୁଛନ୍ତି ସେମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି କି ଛୋଟ ପିଲାଙ୍କ ଭଳି ଆପଣମାନଙ୍କୁ ବାରମ୍ବାର ଗୋଟିଏ କଥା କୁହାଯାଇପାରିବ ନାହିଁ । ଯଦି ଆପଣମାନେ ନିଜର ଅଭ୍ୟାସ ବଦଳାଇ ପାରୁ ନାହାଁନ୍ତି ତେବେ ଆମେ ତୁମକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବୁ ।

ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାଂସଦ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ସଂସଦରେ ଶୀତକାଳୀନ ଅଧିବେଶନ ସମାପ୍ତ ହେବା ପରେ ତୁରନ୍ତ ନିଜ ନିଜ ଜିଲ୍ଲାକୁ ଯାଇ ସେଠାରେ ଜିଲ୍ଲା ଅଧ୍ୟକ୍ଷ ଓ ମଣ୍ଡଳ ଅଧ୍ୟକ୍ଷଙ୍କ ସହ ଆଲୋଚନା କର । ଏହାସହ ସ୍ଥାନୀୟ ସମସ୍ୟାର ସମାଧାନ ଓ ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରିବାକୁ ଚେଷ୍ଟା କର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe