କନକ ବ୍ୟୁରୋ : ମମିତା ମେହେର ପ୍ରସଙ୍ଗରେ ଗର୍ଜିଲା ବିଜେପି । ନବୀନ ନିବାସ ଘେରାଉ ପାଇଁ ରାଜଭବନ ଛକରୁ ବାହାରିଥିଲେ ଶତାଧିକ ବିଜେପି କର୍ମୀ । ଶିଶୁ ଭବନ ଛକରେ ପୋଲିସ ବିଜେପି କର୍ମୀଙ୍କୁ ଅଟକାଇଥିଲା । ବିଜେପି କର୍ମୀ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା ।
ଏହି ସମୟରେ କିଛି ବିଜେପି କର୍ମୀଙ୍କୁ ଗିରଫ କରିଥିଲା ପୋଲିସ । ମମିତା ମେହର ହତ୍ୟା ମାମଲାର ୪ ମାସ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଦଳ ଅଭିଯୋଗ କରିଛି । ଏହାର ପ୍ରତିିବାଦରେ ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି । ମମିତା ପ୍ରସଙ୍ଗକୁ ନେଇ ଅନେକ ସମୟରେ ପ୍ରତିବାଦ କରିଛି ବିଜେପି । ଏବେ ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁଣି ଥରେ ଏହି ପ୍ରସଙ୍ଗକୁ ସାମ୍ନାକୁ ଆଣିଛି ବିଜେପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/20-7.jpg)