କେତେ ମିଳିଛି ପୁଞ୍ଜି ପ୍ରତିଶ୍ରୁତି ? ମେକ୍ ଇନ୍ ଓଡିଶା କନକ୍ଲେଭ୍ ପରେ ବିଜେପିର ପ୍ରଶ୍ନ

49

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମେକ୍ ଇନ୍ ଓଡିଶା କନକ୍ଲେଭ୍ ଜରିଆରେ କେତେ ପୁଂଜି ନିବେଶର ପ୍ରତିଶ୍ରୁତି ମିଳିଲା ଓଡିଶାକୁ । ରାଜ୍ୟ ସରକାରଙ୍କ ପୁଂଜି ଡାକରା ଅଭିଯାନରେ ସାମିଲ୍ ହେଲେ ଦେଶର ଜଣାଶୁଣା ଶିଳ୍ପପତି । ରାଜ୍ୟ ସରକାର ଖୋଲିଲେ ଭିତ୍ତି ଭୂମିର ପସରା । ସ୍ୱପ୍ନ ଦେଖାଇଲେ ସରକାର, ପ୍ରତିଶ୍ରୁତି ଦେଲେ ଉଦ୍ୟୋଗୀ । ତିନି ଦିନର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ପ୍ରତିଶ୍ରୁତିର ପରିମାଣ ୨ଲକ୍ଷ କୋଟି ।

ଯାହାକୁ ନେଇ ଏବେ ପ୍ରଶ୍ନ ଉଠାଇଛି ବିଜେପି । କହିଛି ବେଙ୍ଗାଲୁର୍ ଓ ମୁମ୍ବାଇରେ ଆୟାଜିତ ମେକ୍ ଇନ୍ ଓଡିଶା ରୋଡ ଶୋରୁ ମିଳିଥିବା ପ୍ରତିଶ୍ରୁତିର ପରିମାଣକୁ ଭୁବନେଶ୍ୱର ସହ ମିଶାଇ ସରକାର ଘୋଷଣା କରିଛନ୍ତି । ଏପରିକି ବିଜେପି, ରାଜ୍ୟ ସରକାରଙ୍କ ଠାରୁ ୧୭ ବର୍ଷର ଶିଳ୍ପାୟନର ରେକର୍ଡ ମାଗିଛି । କହିଛି ଏମଓୟୁରେ ସୀମିତ ରହିଛି ଶିଳ୍ପାୟନର ସ୍ୱପ୍ନ ।

ସେପଟେ କଂଗ୍ରେସ ମଧ୍ୟ ବିଜେପି କଥାରେ ତାଳ ଦେଇ ମେକ୍ ଇନ୍ ଓଡିଶାକୁ ସମାଲୋଚନା କରିଛି । ଶିଳ୍ପାୟନ ଓ ନିଯୁକ୍ତିର ବାସ୍ତବ ଚିତ୍ର ସରକାର ଲୋକଙ୍କ ଆଗରେ ରଖି ପାରିବେ କି ବୋଲି ପ୍ରଶ୍ନ କରିଛି । ସେପଟେ ଦୁଇ ବିରୋଧୀଙ୍କ ଏ ପ୍ରଶ୍ନକୁ ସାମ୍ନା କରିଛି ବିଜେଡି ।

ଶିଳ୍ପାୟନ ହେବ ଅର୍ଥନୀତି ସମୃଦ୍ଧ ହେବ । ସରକାରଙ୍କ ଠାରୁ ଏକଥା ଆଶା କରୁଛନ୍ତି ରାଜ୍ୟବାସୀ । ତେବେ ପୁଂଜି ପ୍ରତିଶ୍ରୁତିର ପରିମାଣକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ରାଜନୀତିକୁ ଗ୍ରହଣ କରି ପାରୁନାହାଁନ୍ତି ।