ପଞ୍ଚାୟତ ଓ ପୌର ନିର୍ବାଚନରେ ମମିତା ମାମଲାକୁ ପ୍ରସଙ୍ଗ କରିବ ବିଜେପି । ରାଜ୍ୟ କାର୍ଯ୍ୟକାରିଣୀରେ ରାଜ୍ୟ ସରକାରଙ୍କୁ ଘେରିଲା ଦଳ ।

ପଞ୍ଚାୟତ ଓ ପୌର ନିର୍ବାଚନରେ ମମିତା ମାମଲାକୁ ପ୍ରସଙ୍ଗ କରିବ ବିଜେପି । ରାଜ୍ୟ କାର୍ଯ୍ୟକାରିଣୀରେ ରାଜ୍ୟ ସରକାରଙ୍କୁ ଘେରିଲା ଦଳ ।

କନକ ବ୍ୟୁରୋ : ନିର୍ବାଚନରେ ପ୍ରସଙ୍ଗ ବନିବ ମମିତା ମେହେର ପ୍ରସଙ୍ଗ । ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ଏହାକୁ ମୁଖ୍ୟ ପ୍ରସଙ୍ଗ କରିବ ବୋଲି ଆଭାସ ଦେଇଛି । କେଉଁ ସବୁ ପ୍ରସଙ୍ଗକୁ ନେଇ ଦଳ ଲୋକଙ୍କ ପାଖକୁ ଯିବ, ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀରେ ମାନସ ମନ୍ଥନ କରିଛି ବିଜେପି । ବିଶେଷ କରି ମମିତା ହତ୍ୟା ମାମଲା, ରାଜ୍ୟ ବିଜେପି ଏଜେଣ୍ଡାରେ ଏକ ନମ୍ବର ସ୍ଥାନରେ ରହିଛି ।

ନିର୍ବାଚନରେ ପ୍ରସଙ୍ଗ ବନିବ ‘ମମିତା’ । ପଞ୍ଚାୟତ, ପୌର ନିର୍ବାଚନରେ ବିଜେପିର ମୁଖ୍ୟ ପ୍ରସଙ୍ଗ । ଆଗକୁ ଆସୁଛି ପଂଚାୟତ, ପୌର ଓ ସମବାୟ ନିର୍ବାଚନ । କେଉଁ ସବୁ ପ୍ରସଙ୍ଗକୁ ନେଇ ଦଳ ଲୋକଙ୍କ ପାଖକୁ ଯିବ, ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀରେ ମାନସ ମନ୍ଥନ କରିଛି ବିଜେପି । ବିଶେଷ କରି ମମିତା ହତ୍ୟା ମାମଲା, ରାଜ୍ୟ ବିଜେପି ଏଜେଣ୍ଡାରେ ଏକ ନମ୍ବର ସ୍ଥାନରେ ରହିଛି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଓ ମାମଲାରେ ସିବିଆଇ ତଦନ୍ତ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାଇ ଦେଇଛି ବିଜେପି ।

କେଉଁ କେଉଁ ପ୍ରସଙ୍ଗକୁ ନେଇ ନିକଟରେ ଦଳ ରାସ୍ତାକୁ ଓହ୍ଲାଇଛି, କିପରି ପ୍ରତିବାଦ କରାଯାଇଛି, ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କ ନିକଟରେ ଏକ ପାୱାର ପଏଂଟ ପ୍ରେଜେଣ୍ଟେସନ୍ ଦେଇଛି ରାଜ୍ୟ ବିଜେପି । କାର୍ଯ୍ୟକାରିଣୀରେ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସହପ୍ରଭାରୀ ବିଜୟ ପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସମେତ ଦଳୀୟ ବିଧାୟକ, ସାଂସଦ ପ୍ରମୁଖ ସାମିଲ ହୋଇଥିଲେ ।

ପଞ୍ଚାୟତ, ପୌର, ସମବାୟ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କ’ଣ ରହିବ, ଏ ନେଇ ଆଲୋଚନା ପରେ ଆସନ୍ତା ୩ ମାସ ପାଇଁ ରାଜନୈତିକ ଖସଡ଼ା ପ୍ରସ୍ତୁତ କରିଛି ରାଜ୍ୟ ବିଜେପି । ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପରେ ଆଙ୍ଗୁଠି ଉଠୁଥିବା ବେଳେ କାହିଁକି ମୁଖ୍ୟମନ୍ତ୍ରୀ ଚୁପ ବସିଛନ୍ତି, ଏ ନେଇ ପ୍ରଶ୍ନ କରିଛି ବିଜେପି ।

ସେହିପରି ମାହାଙ୍ଗା ଡବଲ ମର୍ଡର, ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ, ପରୀ ହତ୍ୟା ଆଦି ମାମଲାରେ ତିନି ଜଣ ମନ୍ତ୍ରୀ ପ୍ରତାପ ଜେନା, ବିକ୍ରମ ଆରୁଖ, ଅରୁଣ ସାହୁଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ କାହିଁକି ତଦନ୍ତ ପରିସରକୁ ନିଆଯାଇନି ବୋଲି ପ୍ରଶ୍ନ ଉଠାଇଛି ଦଳ । ସେହିପରି ବିଜୁଳି ଦର ବୃଦ୍ଧି, ଚିଟଫଣ୍ଡ ଜମାକାରୀଙ୍କ ଟଙ୍କା ଫେରାଇବା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ତାର ହିସାବ ମାଗିଛି ଦଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe