ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବଡ଼ ପ୍ରସ୍ତୁତି : ଆଜି ବିଜେପିର ରାଜ୍ୟ ପଦାଧିକାରୀ ବୈଠକ

ଯୋଗଦେବେ ୩ କେନ୍ଦ୍ରମନ୍ତ୍ରୀ. ଧମେନ୍ଦ୍ର ପ୍ରଧାନ, ଅଶ୍ୱନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁ

149

କନକ ବ୍ୟୁରୋ : ଆଜି ବସୁଛି ବିଜେପି ରାଜ୍ୟ ପଦାଧିକାରୀ ବୈଠକ । ଜିଲ୍ଲା ସଭାପତି ଓ ପ୍ରଭାରୀ ବୈଠକ ମଧ୍ୟ ଅନୁଷ୍ଠିିତ ହେବ । ରାଜ୍ୟରେ ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆସନ୍ତାକାଲି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ହେବ । ଏଥିପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ ଭୁବନେଶ୍ୱର ଆସୁଛନ୍ତି ।

ଏହା ସହ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ସହ ସମସ୍ତ ସାଂସଦ ଓ ବିଧାୟକ ରାଜ୍ୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ ଯୋଗଦେବେ । କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟରେ ସୃଷ୍ଟି ହୋଇଥିବା ଆଇନଶୃଙ୍ଖଳା ପରିସ୍ଥିତି ସହ ଦଳକୁ ନିର୍ବାଚନ ମୁହାଁ କରାଇବା ପାଇଁ ଆଲୋଚନା ହେବ । ମମିତା ମେହେର ହତ୍ୟାକାଣ୍ଡ, ମାହାଙ୍ଗା ହତ୍ୟାକାଣ୍ଡ, ସୌମ୍ୟରଂଜନ ଓ ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି ।